ପାତ୍ରପୁରରେ ଗଞ୍ଜାମଜିଲ୍ଲା ସାମ୍ବାଦିକସଂଘ ସମ୍ମିଳନୀ! କ୍ରମାଗତ ଅବହେଳାର ଶିକାର ସତ୍ତ୍ୱେ ସମାଜବିକାଶର କର୍ଣ୍ଣଧାର ସାଜିଛନ୍ତି ସାମ୍ବାଦିକ
ଗଞ୍ଜାମ : ହିଞ୍ଜିଳିକାଟୁ ( ରବୀନ୍ଦ୍ର ପଟ୍ଟନାୟକ ) ସୁସ୍ଥସମାଜ ଗଠନ ସହ ସମାଜର ବିକାଶ ପାଇଁ ସାମ୍ବାଦିକମାନଙ୍କ ପ୍ରମୁଖ ଭୂମିକା ରହିଛି ! ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଅର୍ଥନୀତି କୃଷି ସମେତ ସବୁକ୍ଷେତ୍ର ରେ ମାନବସମାଜର ପ୍ରଗତି ଓ ଜନସମସ୍ୟା ସମାଧାନରେ ସାମ୍ବାଦିକ ମାନେ ଅଗ୍ରଣୀ ଭୂମିକା ନେଇଛନ୍ତି! ଲୋକ ଓ ପ୍ରଶାସନ ମଧ୍ୟରେ ସମ୍ପର୍କର ସେତୁ ଭାବେ ବହୁ ଘାତ ପ୍ରତିଘାତ ସହି ତୃଣମୂଳ ସ୍ଥରରେ ସ୍ୱର ବିହୀନଙ୍କ ସ୍ୱର ଭାବେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ!ଉତ୍ତରଦାୟିତ୍ୱ କର୍ତ୍ତବ୍ୟ ବଢ଼ିଥିବା ବେଳେ ସାମ୍ବାଦିକ ମାନେ ସକାରାତ୍ମକ ଭାବେ ଗଠନମୂଳକ ଚିନ୍ତାଧାରାରେ କାର୍ଯ୍ୟ କରିବା ଆଜିର ଦିନରେ ଗୁରୁତ୍ୱପୂର୍ଣ୍ଣ ବୋଲି ଓଡିଶା ସାମ୍ବାଦିକ ସଂଘ ଓଜେୟୁ ଗଞ୍ଜାମ ଜିଲ୍ଲା ସ୍ଥରୀୟ ବନ୍ଧୁମିଳନ ଓ ସାଙ୍ଗଠନିକ ଆଲୋଚନାସଭାରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି!ପାତ୍ରପୁରର ମହେନ୍ଦ୍ରତନୟା ସାଂସ୍କୃତିକ ପରିଷଦ ପରିସରରେ ରାଜ୍ୟ ସଙ୍ଘ ସଭାପତି ଅଶୋକ ନନ୍ଦ ସଭାପତିତ୍ୱରେ ଅନୁଷ୍ଠିତ ଜିଲ୍ଲା ସମ୍ମିଳନୀ ରେ ପାତ୍ରପୁର ତହସିଲଦାର ଅମିତ କୁମାର ନାୟକ,ସାନଖେମୁଣ୍ଡି ତହସିଲଦାର ଡ଼ ଶ୍ରୀନିବାସ ବେହେରା,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରା,ରାଜ୍ୟ ସଙ୍ଘ ସମ୍ପାଦକ ଶଶୀଭୂଷଣ ପ୍ରହରାଜ ଶ୍ରମିକସଂଘ ସଭାପତି ବାଲାଜୀ ମହାନ୍ତି ,ଜିଲ୍ଲା ସଭାପତି ରବୀନ୍ଦ୍ର ନାଥ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ସମସ୍ୟା ଓ ତାର ସମାଧାନ ଦିଗରେ ଆଲୋକପାତ ସହ କରୋନା ଭଳି ମହାବିପତ୍ତି ସମୟରେ ସାମ୍ବାଦିକ ମାନଙ୍କ ଭୂମିକା ପ୍ରଶାସନ ପାଇଁ ଅଭୁଲା ରହିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ସମ୍ପାଦକ ବିଷ୍ଣୁକେଶରୀ ଆଚାର୍ଯ୍ୟ ବିବରଣୀ ପଠନ ସହସଂଯୋଜନା କରିଥିଲେ!ଦିବଂଗତ ରାଜ୍ୟସଭାପତି ପ୍ରଭାତ ଦାଶ ସାମ୍ବାଦିକ ଦିବାକର ପାଣ୍ଡିଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା।ଏଥିସହ ତାଙ୍କ ପତ୍ନୀଙ୍କୁ ଭତ୍ତା ବାବଦରେ ସଙ୍ଘ ତରଫରୁ ୧୫ଶହ ଟଙ୍କା ପ୍ରଦାନ କରାଯିବ ବୋଲି ମଧ୍ୟ କୁହାଯାଇଥିଲା। ଏବଂ ଉକ୍ତ ସଙ୍ଘର ପରିଚୟ ପତ୍ର ନବୀକରଣ ବୀମା ନବୀକରଣ କରାଯାଇଥିଲା । ସାମ୍ୱାଦିକ ମାନଙ୍କ ନିରାପତ୍ତା ସୁରକ୍ଷା ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା।ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ ସହର ଅଞ୍ଚଳରୁ ସାମ୍ବାଦିକ ମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସାନଖେମୁଣ୍ଡି ତହସିଲଦାର ଡ଼ ବେହେରାଙ୍କୁ କରୋନା କାଳରେ ସେବାଜନିତ ଉତ୍କର୍ଷତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସନ୍ତୋଷ କୁମାର ପଣ୍ଡା,ବିପିନ କୁମାର ଦାସ,ସନ୍ତୋଷ ପ୍ରଧାନ,କୁରେସୁ ପ୍ରଧାନ ଶିଵ ପ୍ରଧାନ,ପପୁନ କୁମାର ଷଡ଼ଙ୍ଗୀ,ଦଣ୍ଡପାଣି ନାୟକ,ବୃନ୍ଦାବନ ନାୟକ,କିଶୋର ଚନ୍ଦ୍ର ସାହୁ,କିରଣ ଅଧିକାରୀ ଓ ସନ୍ତୋଷ କୁମାର ସେଠୀ ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ପାତ୍ରପୁର ବ୍ଳକର ସଂଘ ସଭାପତି କ୍ଷୀରମଣିନାୟକ ଧନ୍ୟବାଦ ଅର୍ପଣ କରିଥିଲେ।