ପୁରୁଣାବାନ୍ଧଗୋଡାରେ ଶିବ ମନ୍ଦିର ଉପରେ ଚଢିଲା ଭାଲୁ ଲୋକେ ଭୟଭିତ
କେନ୍ଦୁଝର : ଆନନ୍ଦପୁର (ଉପେନ୍ଦ୍ର ସାହୁ): ଆନନ୍ଦପୁର ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗ୍ରାମ ଗୁଡିକରେ ଜଙ୍ଗଲି ହିଂସ୍ର ଭାଲୁଙ୍କ ଉତ୍ପାତ ଦିନକୁ ଦିନ ବଢିବାକୁ ଲାଗିଲାଣୀ ।ଗତ କାଲି ରାତି ୧୦ ଟା ସମୟରେ ତିନୋଟି ଭାଲୁ ଗାଁଭିତରକୁ ପଶି ଆସି ଗାଁଦାଣ୍ତରେ ଏଣେତେଣେ ଚରାବୁଲା କରିବା ସହ ଶିବ ମନ୍ଦିର ଉପରକୁ ଚଢି ମହୁ ଫେଣା ଖାଉଥିବା ବେଳେ ଗାଁ ଲୋକେ ଦେଖି ହୋ ହାଲ୍ଲା କରିବାରୁ ପାଚେରୀ ଡେଇଁ ଇତସ୍ତତ ଭାବେ ଜଙ୍ଗଲ ଆଡକୁ ପଳାଇ ଯାଇଥିଲେ ,ଏଇ କିଛି ଦିନ ହେଲା ସଂଜ ନଇଲେ ଭାଲୁ ଜଙ୍ଗଲରୁ ବାହାରି ଖାଦ୍ଯ ସନ୍ଧାନରେ ଗାଁ ଭିତରକୁ ପଶି ଆସୁଥିବା ଦେଖିବାକୁ ମିଳୁଛି , ସ୍ଥାନିୟ ବନବିଭାଗ ତରଫରୁ ଭାଲୁ ଙ୍କ ଗତିବିଧି ଉପରେ ନଜର ରଖିବା ସହ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଠିରୁ ଗ୍ରାମରେ ବାଜା ବାଣ ଓ ଲାଇଟ ଲଗାଇ ଭାଲୁ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇଛି ।ଗ୍ରାମରେ ସଂଧ୍ଯା ପରେ ବାହାରକୁ ଯିବାକୁ ହେଲେ ହାତରେ ପର୍ଯ୍ଯାପ୍ତ ଲାଇଟ ସହ ଦୁଇ ତିନି ଜଣ ସାଥି ହୋଇ ଯିବାକୁ ସ୍ଥାନିୟ ବନବିଭାଗ ତରଫରୁ ପରାମର୍ଶ ଦିଆ ଯାଇଛି ।ସଂଧ୍ଯା ପରେ ବିଳମ୍ବିତ ରାତ୍ରୀ ପର୍ଯ୍ଯନ୍ତ ବନ କର୍ମଚାରୀ ଙ୍କ ତରଫରୁ ପହରା କଡାକଡି କରାଯାଉଛି ବୋଲି ବନପାଳ ମଳୟକୁମାର ସାହୁ ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉକି କିଛି ଦିନ ହେଲା ଅଙ୍ଗାରୁଆ ,ତିଗିରିଆ ବିଲାବନ୍ଧ,ପୁରୁଣାବାନ୍ଧଗୋଡା ପ୍ରଭୁତି ଗ୍ରାମରେ ସଂଜ ହେଲେ ଖାଦ୍ଯ ଅନ୍ବେଷଣରେ ଅବାଧରେ ଭାଲୁ ପଶିଆସୁଥିବାରୁ ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି ।