ହସନପୁର ଟୋଲଗେଟ୍ ରେ ଲାଗିଲା ନିଆଁ : ଜଳିଗଲା କେବୁଲ ସହ ଅନେକ ଯନ୍ତ୍ରାଂଶ,କିଛି ସମୟ ପାଇଁ ଗାଡି ଚଳାଚଳ ବ୍ଯାହାତ ,,
କେନ୍ଦୁଝର : ଆନନ୍ଦପୁର (ଉପେନ୍ଦ୍ର ସାହୁ) :କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ହସନପୁର ଟୋଲ ପ୍ଲାଜାରେ ଆଜି ମଧ୍ଯାନ୍ନ ୨ ଟା ସମୟରେ ନିଆଁ ଲାଗି ଟୋଲପ୍ଳାଜାର ମୂଖ୍ଯ କେବୁଲ ସହ ଅନେକ ଯନ୍ତ୍ରାଂଶ ପୋଡି ନଷ୍ଟ ହୋଇ ଯାଇଥିବା ଜଣାପଡିଛି ।ଖବର ପାଇ ଘଷିପୁରା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ,ହେଲେ ନିଆଁର ପ୍ରକୋପରେ ଟୋଲଗେଟ୍ ର କେବୁଲ୍ ,ଟ୍ରାନ୍ସଫରମର ଡିଜି ସେଟ୍ ପୋଡି ଯିବାରୁ ଫାଷ୍ଟଟାଗ୍ ବ୍ଯବସ୍ଥା ଅଚଳ ହୋଇପଡିଥିଲା ,ପ୍ରଭାବରେ ଘଣ୍ଟାଘଣ୍ଟା ଧରି ଶହ ଶହ ଗାଡି ରାସ୍ତାର ଉଭୟ ପାର୍ଶ୍ବରେ ଠିଆ ହୋଇ ରହିଥିଲା ।ପରେ ଟୋଲଗେଟ୍ ଉଚ୍ଚ ପଦସ୍ତ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମରାମତି କାର୍ଯ୍ଯ ଯୁଦ୍ଧ କାଳିନ ଭିତ୍ତିରେ ଜାରି ରଖିଥିବା ବେଳେ ସାମୟିକ ଭାବେ ଗାଡି ଚଳାଚଳ କରିଛି ।ଆସନ୍ତା କାଲି ସୁଦ୍ଧା ସ୍ବଭାବିକ ଅବସ୍ଥାକୁ ଫେରିବାକୁ ପ୍ରୟାସ ଜାରି ରହିଛି ,ନିଆଁ ଲାଗିବାର ପ୍ରକୃତ କାରଣ କିଛି ଜଣା ପଡିନଥିବା ବେଳେ କେହି ଦୁର୍ବତ୍ତ ପାଖରେ ପଡିଥିବା ଶୁଖିଲା ପାଳରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି ।ଏହି ପୋଡିରେ ଟୋଲ ଗେଟ୍ ର ଲକ୍ଷାଧିକ ଟଙ୍କା କ୍ଷୟକ୍ଷତି ହୋଇଥିବା ଟୋଲ ମ୍ଯାନେଜର ପ୍ରିୟବ୍ରତ କର ସୂଚନା ପ୍ରଦାନ କରିଛନ୍ତି ।ଏହି ଟୋଲ ପ୍ଳାଜାରେ ଅଗ୍ନି ନିଅନ୍ତ୍ରଣ ଯନ୍ତ୍ର ନଥିବାରୁ ବାରମ୍ବାର ଏଭଳି ଦୃଘଟଣା ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ ଏବଂ ଏହି ଟୋଲ ପ୍ଳାଜାର କର୍ମଚାରୀ ମାନେ ଏଥିପ୍ରତି ଯଥାଶୀଘ୍ର ପ୍ରଶାସନ ଦୁଷ୍ଟି ଦେଇ ତୁରନ୍ତ ଏଥିପ୍ରତି ସଚେତନ କରାନ୍ତୁ ବେଲି ଜନସାଧାରଣ ଦାବି କରିଛନ୍ତି ।।