ସାମ୍ବାଦିକ ସ୍ୱର୍ଗତ ଦିବାକର ପାଣ୍ଡିଙ୍କ ପରିବାରକୁ ଭେଟିଲେ ଓଡିଶା ସାମ୍ବାଦିକ ସଂଙ୍ଘର ଜିଲ୍ଲା ସଭାପତି ଓ ସମ୍ପାଦକ
ଗଞ୍ଜାମ : ହିଞ୍ଜୁଳିକାଟୁ : (ରବୀନ୍ଦ୍ର ପଟ୍ଟନାୟକ ) ସାମ୍ବାଦିକ ସ୍ୱର୍ଗତ ଦିବାକର ପାଣ୍ଡିଙ୍କ ପରିବାରକୁ ଭେଟିଲେ ଓଡିଶା ସାମ୍ବାଦିକ ସଂଙ୍ଘର ଜିଲ୍ଲା ସଭାପତି ଓ ସମ୍ପାଦକ କୋଦଳା ବେଗୁନିଆପଡା ବ୍ଲକର କାର୍ଯ୍ୟରତ ଓଡିଶାଏକ୍ସପ୍ରେସ ସାମ୍ବାଦିକ ଦିବାକର ପାଣ୍ଡି ଚଳିତ ମାସ 11 ତାରିଖରେ ଦେହାନ୍ତ ହୋଇଥିଲା | ସାମ୍ବାଦିକ ଦିବାକର ପାଣ୍ଡିଙ୍କ ପରିବାରକୁ ଓଜେୟୁ ( ଓଡିଶା ସାମ୍ବାଦିକ ସଂଙ୍ଘ )ର ଗଞ୍ଜାମ ଜିଲ୍ଲା ସଭାପତି ରବୀନ୍ଦ୍ର ପଟନାୟକ, ସମ୍ପାଦକ ବିଷ୍ଣୁ କେଶରୀ ଆଚାର୍ଯ୍ୟ, କୋଦଳା ସାମ୍ବାଦିକ ସଂଙ୍ଘ ର ସଭାପତି ଭଗବାନ ପାଢ଼ୀ ଭେଟିବା ସହ ଭଗବାନ ପାଢ଼ୀ ଙ୍କ ନେତୃତ୍ୱ ରେ କୋଦଳା ର କାର୍ଯ୍ୟରତ ସାମ୍ବାଦିକ ଉମା ମହାରଣା, ରାକେଶ ମହାରଣା, ପୁର୍ଣଚନ୍ଦ୍ର ନାୟକ, ବାପୁନି କୁମାର ମାଲୁ .ସୂର୍ଯ୍ୟନାରାୟଣ ବଡୁ ପ୍ରମୁଖ ଉପସ୍ଥିତ ଥିଲେ | ଦିବାକର ପାଣ୍ଡୀଙ୍କ ପରିବାରଙ୍କୁ ଭେଟି ଶୋକସନ୍ତପ୍ତ କରିବା ସହ 2 ମିନଟ ନିରବ ପାର୍ଥନା ବି କରିଥିଲେ | ଦିବାକର ପାଣ୍ଡି ଙ୍କ ପରିବାରଙ୍କୁ 3 ବର୍ଷ ପାଇଁ ପେନସନ ଦେବାକୁ ପ୍ରତିଶୁତି ଦେବାସହ ପ୍ରଥମ ମାସର ପେନସନ ପ୍ରଦାନ କରିଥିଲେ | ରାଜ୍ୟ ସରକାର ଶ୍ରୀ ପାଣ୍ଡିଙ୍କ ପରିବାରକୁ କିଛି ଆର୍ଥିକ ସାହାଯ୍ୟ କରିବାକୁ ସମସ୍ତ ସାମ୍ବାଦିକ ଅନୁରୋଧ କରୁଛନ୍ତି