ବାରୁଣା ବନ୍ତର ଜଙ୍ଗଲରେ ନିଆଁ
ଚଣ୍ଡିଖୋଲ ( ସ୍ୱସ୍ତିକ ବ୍ୟୁର ) ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବାରୁଣା ବନ୍ତର ଜଙ୍ଗଲରେ ୮ କିଲୋମିଟର ପରିସରରେ ନିଆଁ ଲାଗିଛି। ଚଣ୍ଡିଖୋଲ ବନ ବିଭାଗ ଅନ୍ତର୍ଗତ ବାରୁଣାବନ୍ତ ପାହାଡରେ ଲାଗିଥିବା ଏହି ଭୟଙ୍କର ନିଆଁରେ ବହୁ ମୂଲ୍ୟବାନ ଗଛ ଜଳିପୋଡି ପାଉଁଶ ହୋଇ ଯାଇଛି। କେହି ଜଣେ ଦୁର୍ବୃର୍ତ୍ତ ନିଆଁ ଲଗାଇ ପଳାଇ ଯାଇଥିବା ବନ ବିଭାଗ ସନ୍ଦେହ କରୁଛି l ଜଙ୍ଗଲରେ ନିଆଁ ଲାଗିବାରୁ ବହୁ ମୂଲ୍ୟବାନ ଗଛ ପୋଡିବା ସହ ବନ୍ୟଜନ୍ତୁ ପ୍ରଭାବିତ ହୋଇଛନ୍ତି। ଆଗକୁ ଗ୍ରୀଷ୍ମ ଋତୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଜଙ୍ଗଲ ବିଭାଗ ପକ୍ଷରୁ ପେଟ୍ରୋଲିଂ କରିବାକୁ ସାଧାରଣରେ ଦାବି ହେଉଛି। ସଚେତନତା ଅଭାବ ଯୋଗୁଁ ବାରମ୍ବାର ଆଖପାଖ ଅଞ୍ଚଳରେ ଜଙ୍ଗଲ ଜଳିନଷ୍ଟ ହେଉଛି।