ପ୍ରିନ୍ସକ୍ଲବ ପକ୍ଷରୁ ରାତ୍ରୀ କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ,,ଏଥିରେ ବିଭିନ୍ନ ବୈଜେଷ୍ଠ ବ୍ୟକ୍ତି ଓ ସମାଜସେବୀ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
କେନ୍ଦୁଝର: ଆନନ୍ଦପୁର (ଉପେନ୍ଦ୍ର ସାହୁ): କେନ୍ଦୁଝର ଜିଲ୍ଲା ଶାଳପଡା ର ପ୍ରିନ୍ସ କ୍ଲବ ପକ୍ଷରୁ କ୍ଷେତ୍ର ମୋହନ ବିଦ୍ୟାପୀଠ ରେ ରାତ୍ରି କାଳୀନ କ୍ରିକେଟ ମ୍ୟାଚ୍ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଆନନ୍ଦପୁର ଉପ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସରୋଜ କୁମାର ଦାସ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ବିଭିନ୍ନ ଆସ୍ପାୟାର ଭଳି କେତେକ ସାମାଜିକ ଅନୁଷ୍ଠାନ ତଥା ସାହାଯ୍ୟ ହୋପ୍ ଅଫ ଲାଇଫର ସଭାପତି ବବିତା ଦାସ ଏବଂ ଐସୋଯ୍ୟା ଫାଉଣ୍ଡେସନର ସଭାପତି ଏସ୍ ଐସୋଯ୍ୟାରାଣୀଙ୍କୁ ସମାଜସେବା ପାଇଁ ଏବଂ ବୀଣାପାଣି କଳାନିକେଦନର ଶିଶୁ କଳାକାର ମାନଙ୍କୁ ମଞ୍ଚ ଉପରେ ଅତିଥି ମାନଙ୍କ ଦ୍ଵାରା ସ୍ୱାଗତ ସମ୍ବର୍ଦ୍ଧିତ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କ୍ଲବ ର ସମସ୍ତ ପୁରୁଣା ଖେଳାଳି ଯୋଗଦେଇଥିଲେ । ଏଥିରେ ଶାଳପଡା ଅଞ୍ଚଳର ବୈଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ଦ୍ୱାରା ଏକ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପୁରୁଣା ଖେଳାଳି ମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣ ଥିଲେ କ୍ଲବର ପୁରୁଣା ଖେଳାଳି ଏବଂ ସିନେ ତାରକା ତଥା ପୁର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ମ୍ୟାଚ ଖେଳିଥିଲେ । ଏହି କାର୍ଯ୍ୟକ୍ରମ ଯୋଗଦେଇ ଶ୍ରୀ ମହାପାତ୍ର ନିଜର ପୁରୁଣା ସ୍ମୃତି କୁ ମନେପକାଇବା ସହ ଏହିଭଳି କାର୍ଯ୍ୟକ୍ରମ ଆଗକୁ ବଜାଇ ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।ଏଥିରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶେଷରେ ବୀଣାପାଣି କଳା ନିକେତନର ନୁତ୍ୟଗୁରୁ ଜିତୁ ଦାସଙ୍କ ନିର୍ଦ୍ଦେଶ କ୍ରମେ ଛୋଟଛୋଟ କଳାକାର ଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା ।