ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଶେଷ
କେନ୍ଦୁଝର (ଉପେନ୍ଦ୍ର ସାହୁ): ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବେଲବାହାଳି ରାଜୀବଗାନ୍ଧୀ ସେବାକେନ୍ଦ୍ର ପ୍ରାଙ୍ଗଣରେ ମାନ୍ୟବର ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ତତ୍ତ୍ଵାବଧନରେ ଆଜି ମଙ୍ଗଳବାର ଦୀନ ଓଡିଶା ମୋ ପରିବାର ପକ୍ଷରୁ ମେଘା ରକ୍ତଦାନ ଶିବିର ଆୟୋଜନ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଆନନ୍ଦପୁର ନିର୍ବାଚନ ମଣ୍ଡଳିର ୩ନଂ ଯୋନ ପାଞ୍ଚ ପଞ୍ଚାୟତ ତଥା ବେଲବାହାଳି,ଜଳସୁଆଁ, ବାଇଲୋ, ହରିଡାପାଳ, ପଞ୍ଚୁପଲି ପଞ୍ଚାୟତର କର୍ମୀମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ । ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ବିଜେଡି ନେତା ସାନ୍ତୁନୁ କୁମାର ସେଠୀ ଏବଂ ବେଲବାହାଳି ପଞ୍ଚାୟତର ବିଜେଡି ସଭାପତି ପଦ୍ମଲୋଚନ ସାହୁ,ଜଳସୁଆଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିନୋଦ ମାଝୀ, ପଞ୍ଚୁପଲି ପଞ୍ଚାୟତର ବରିଷ୍ଠ ବିଜେଡି କର୍ମୀ ଘନଶ୍ୟାମ ଜେନା ଏବଂ ପାଞ୍ଚ ପଞ୍ଚାୟତର ସରପଞ୍ଚ ମାନେ ଓ ଆଖପାଖ ଅଞ୍ଚଳର ସମସ୍ତ ବିଜେଡି କର୍ମୀମାନେ ଉପସ୍ଥିତ ରହି କିପରି ଏହି ରକ୍ତଦାନ ଶିବିରେ ଏକସହରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରାଯାଇ ପାରିବ ଏବଂ ଏହି ଶିବିରଟି ସାଫଲ୍ୟ ହୋଇପାରିବ ଏଥିପ୍ରତି ଆଲୋଚନା କରିଥିଲେ ଏବଂ ରକ୍ତ ଦାନ କରିବା ପାଇଁ ଆସୁଥିବା ବ୍ୟକ୍ତି ମାନଙ୍କୁ କିପରି ସ୍ୱାଗତ କରି ରକ୍ତ ସଂଗ୍ରହ କରିପାରିବେ ବୋଲି ବିଧାୟକ ଭାଗିରଥି ସେଠୀ ଓ ସରପଞ୍ଚ ପ୍ରକାଶ କରିଛନ୍ତି ,