ଚଳନ୍ତା ଟ୍ରେନରୁ ଖସି ସୁରଟ ଫେରନ୍ତା ଯୁବକ ମୃତ
ଗଞ୍ଜାମ : କୋଦଳା (ସୂର୍ଯ୍ୟ ନାରାୟଣ ବଡୁ) କୋଦଳା -ସୋମବାର ଅପରାହ୍ନ ଥିଲା ନିମିନା ପାଇଁ ଏକ ଅଶୁଭ ଦିନ!ଅପରାହ୍ନ ସମୟ ରେ ନିଜର ପରିବାର ପୋଷଣ ପାଇଁ ଗୁଜୁରାଟ ସୁରତ କୁ କାର୍ଯ୍ୟ କରିବାକୁ ଯାଇଥିବା ଯୁବକ ର ମୃତ୍ୟୁ ଘଟିଥିବା ଜଣାପଡିଛି !ଅପରାହ୍ନ ସମୟରେ ସମ୍ବଲପୁର ନିକଟରେ ଚଳନ୍ତା ଟ୍ରେନରୁ ଖସି କୋଦଳା ଥାନା ଅନ୍ତର୍ଗତ କେ ବରିଡା ପଂଚାୟତର ନିମିନା ଗ୍ରାମର ସ୍ବର୍ଗତ ଟୀକାରାମଙ୍କ ପୁଅ ସନ୍ତୋଷ ପରିଡା(୪୫) ଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ସନ୍ତୋଷ ତାଙ୍କ ସଡୁ ଓ ଶାଳୀଙ୍କ ପରିବାର ସହ ସୁରତରୁ ଟ୍ରେନ ଯୋଗେ ନିଜ ଗାଁକୁ ଫେରୁଥିଲେ। କିନ୍ତୁ କୌଣସି କାରଣ ରୁ ସମ୍ବଲପୁର ନିକଟରେ ଭାରସାମ୍ୟ ହରାଇ ସେ ଟ୍ରେନରୁ ତଳକୁ ଖସିଯାଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ସମ୍ବଲପୁର ପୋଲିସ ଶବକୁ ଜବତ କରି ବୁର୍ଲା ଠାରେ ବ୍ୟବଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି