କୀଟ କୀଟ ଅନ୍ଧାର ରୁ ମୁକ୍ତି ପାଇଲେ ଖଲିଆପାଲି ଗ୍ରାମ ବାସୀ

Share on facebook Share on Twitter Share on Whatsapp Share on Linkedin

କଳାହାଣ୍ଡି-କର୍ଲାମୁଣ୍ଡା (ପବିତ୍ର ସାହୁ) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହାତ କୁ ନେଉଛନ୍ତି ହେଲେ କେତେକ ଆସାଧୁ ବିଭାଗୀୟ କର୍ମଚାରୀ ମାନଙ୍କ ଖାମଖିଆଳି ଯୋଗୁ ସଠିକ ଭାବରେ ଯୋଜନା ପହଂଚି ପାରୁନାହି ।କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ଆଦର୍ଶ ଗ୍ରାମ ପଂଚାୟତ ବୋରପଦର ର ଖଲିଆପାଲି ଗ୍ରାମ ବାସୀ ଦୀର୍ଘ ଦିନରୁ ବିଦ୍ୟୁତ ସେବାରୁ ବଂଚିତ ଥିଲେ ଅନେକ ଦିନରୁ ଏହି ସମସ୍ୟା ବିଷୟରେ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳୁନ ଥିଲା । କଳାହାଣ୍ଡି ଜିଲ୍ଲା ର ବିଜେଡି ଉପ ସଭାପତି ଶ୍ରୀଯୁକ୍ତ ଚିତରଞ୍ଜନ ମଣ୍ଡଳ(ବାବୁଲି) ଉକ୍ତ ଅଞ୍ଚଳକୁ ଗସ୍ତ କରିବା ସମୟରେ ଏହି ଅଂଚଳ ର ଯୁବ ଗୋଷ୍ଟି ଏହି ଦାବୀ ଜଣାଇଥିଲେ । ଶ୍ରୀ ମଣ୍ଡଳ ଏହି ସଂକ୍ରାନ୍ତରେ ମାନ୍ୟବର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ସାଂସଦ ଶ୍ରୀଯୁକ୍ତ ସୁଜିତ୍ କୁମାର ସେଠ ଓ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ ଙ୍କୁ ଅବଗତ କରାଇଥିଲେ । ଏହାପରେ ମନ୍ତ୍ରୀ କ୍ୟାପଟେନ ମିଶ୍ର ଉଚ୍ଚ କତୃପକ୍ଷ ଙ୍କୁ ଏହି ସମସ୍ୟା ରସମାଧନ ପାଇଁ କହିଥିଲେ । ଫଳସ୍ବରୂପ ଆଜି ଖଲିଆପାଲି ଗ୍ରାମରେ ସୋଭାଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି ।ବିଦ୍ୟୁତ ସଂଯୋଗ ହେଲା ପରେ ଏବେ ଅଂଚଳବାସୀ ବେଶ ଖୁସି ଅନୁଭବ କରୁଛନ୍ତି । ନର୍ଲା ନିର୍ବାଚନ ମଣ୍ଡଳୀ ରେ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମଣ୍ଡଳ ଅନେକ ଜନହିତ କରି କାର୍ଯ୍ୟ ଗୁଡିକ ହାତକୁ ନେଉଥିବାରୁ ଅଂଚଳ ବାସି ଚିତ୍ତରଂଜନ ମଣ୍ଡଳ(ବାବୁଲି ) ଙ୍କ ପ୍ରତି ଏବେ ଆଶା ଓ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।