ହେମଗିରି ରେ ଗୋଟିଏ ଦିନରେ ୩୭ ସଂକ୍ରମିତ,୨ ଆକ୍ରାନ୍ତ ମୃତ

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼ : ହେମଗିରି ( ଅବଦୁଲ ଅଜିଜ ) ହେମଗିରରେ ଦିନ କୁ ଦିନ ସଂକ୍ରମିତ ଙ୍କ ସଂଖ୍ୟା ରେ ବୃଦ୍ଧି ଘଟି ଚାଳିଥିବା ରୁ ଅଂଚଳବାସୀ ଭୟଭୀତ ଅଛନ୍ତି। ଅପରପକ୍ଷରେ ହେମଗିର ବ୍ଳକ ରେ ଆଜି ପ୍ରଥମ କରୋନା ମୃତ୍ୟୁ ଘଟି ଏକାସାଙ୍ଗରେ ୨ ଜଣଙ୍କ ପ୍ରାଣ ନେଇଛି କରୋନା। ମୃତକ ଦୁଇ ଜଣ ଟପରିଆ ଖମାରପଡାର ଜୈନିକା ୭୦ ବର୍ଷୀୟା ବୃଦ୍ଧା ଓ ୩୬ ବର୍ଷୀୟ ଯୁବକ।ଉଭୟେ ଗତ କିଛି ଦିନ ରୁ କରୋନା ସଂକ୍ରମିତ ହୋଇ ନିଜ ଘରେ ଆଇସୋଲେସନରେ ଥିଲେ। ଗତକାଲି ମୃତ ଯୁବକ ଗୁରୁତର ହେବାରୁ ତାଙ୍କୁ ସୁନ୍ଦରଗଡ଼ ଏନଟିପିସି କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ସକାଳେ ତାଙ୍କ ମୃତ୍ୟୁ ଘଟିଛି। ବୃଦ୍ଧା ଙ୍କ ମଧ୍ୟ ଆଜି ସକାଳେ ନିଜ ଘରେ ମୃତ୍ୟୁବରଣ କରିଥିଲେ। ସେହି ଟପରିଆ ରେ ଟୀକା ନେବା ପରେ ଗୁରୁତର ଅସୁସ୍ଥ ହୋଇ ଶିବ ସାହୁ ୫୯ ନାମକ ଜୈନିକ ଶିକ୍ଷକ ଙ୍କ ମଧ୍ୟ ମୃତ୍ୟୁ ଘଟିଛି।ଗତ ୧୫ ଦିନ ପୂର୍ବରୁ ଶିକ୍ଷକ ଜଣକ ହେମଗିର ଡାକ୍ତରଖାନାରେ କୋଭିସିଲ୍ଡ ଟୀକା ର ପ୍ରଥମ ଡୋଜ ନେଇଥିଲେ।ତାପରଠୁ ସେ ଅସୁସ୍ଥ ହୋଇପଡିଥିଲେ।ଗତ ୧୯ ତାରିଖରେ ଅଚାନକ ସେ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟୀକାକରଣ ପରେ ବହୁ ଲୋକ ଅସୁସ୍ଥ ହୋଇ ପଡ଼ୁଥବା ନେଇ ପ୍ରତିଦିନ ଅଭିଯୋଗ ହେଉଛି।ଗତ କାଲି ମଧ୍ୟ ବିଲେଇ ମୁଣ୍ଡା ରେ ଟୀକାକରଣ ପରେ ଅସୁସ୍ଥ ହୋଇ ଜଣେ ମୃତ୍ୟୁବରଣ କରିଥିଲେ। ଆଜିର ୩୮ ସଂକ୍ରମିତ ଙ୍କୁ ମିଶାଇ ଟପରିଆର ୩୭ ଓ କନିକା ର ୧ କୁ ମିଶାଇ  ହେମଗିର ଅଂଚଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୬୦ ପହଞ୍ଚିଛି। ଟପରିଆ ର ସ୍ଥିତି ସବୁଠାରୁ ସଙ୍ଗିନ ରହିଥିବା ବେଳେ ମୋଟ ଆକ୍ରାନ୍ତ ଙ୍କ ଦୁଇ ତୃତୀୟାଂଶ କେବଳ ଟପରିଆ ରେ ଚିହ୍ନଟ କରାଯାଇଛି। ଏବେବି ଟପରିଆ ଗ୍ରାମ ର ଅର୍ଦ୍ଧେକ ଲୋକେ ଅସୁସ୍ଥ ଅନୁଭବ କରୁଥିବା ଜଣାପଡିଛି। ଦିନକରେ ଦୁଇ ମୃତ ଓ ୩୭ ସଂକ୍ରମିତ ହେବା ପରେ ପ୍ରଶାସନ ସଂପୂର୍ଣ୍ଣ ଟପରିଆ ଗ୍ରାମପଞ୍ଚାୟତ(ସମସ୍ତ ଗାଁ) କୁ କ୍ଷୁଦ୍ର ଅବରୋଧ ଅଂଚଳ ବା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ କରି ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ..