ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝା ରେ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ

Share on facebook Share on Twitter Share on Whatsapp Share on Linkedin

କଳାହାଣ୍ଡି କର୍ଲାମୁଣ୍ଡା ( ପବିତ୍ର ସାହୁ ) କର୍ଲାମୁଣ୍ଡା ଭିଜିଲାନ୍ସ ଜାଲରେ ଧାରାପଡ଼ିଲେ ପୁଣି ଏକ ବଡମୁଣ୍ଡ। ଜମିର ମିଉଟେସନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦୦୦ ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ଭିଜିଲେନସ ହାତରେ ଧରା ପଡିଛନ୍ତି କର୍ଲାମୁଣ୍ଡା ତହସିଲ ଅନ୍ତର୍ଗତ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ବରାଳ। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କର୍ଲାମୁଣ୍ଡା ପଞ୍ଚାୟତ ଅଧିନସ୍ତ କର୍ଲାମୁଣ୍ଡା ଗାଁରେ ରହୁଥିବା ବିରଞ୍ଚି ନାରାୟଣ ଚୌଧୁରୀଙ୍କ ଡୁକେରମାଳ ଗାଁରେ କିଣିଥିବା ଦଲିଲକୁ ଡିମାର୍କଏସନ ବାବଦରେ ୨୦୦୦ ହଜାର ଟଙ୍କା ଦାବୀ କରିଥିଲେ ଆରଆଇ ରମେଶ ବରାଳ। ଏହାକୁ ନେଇ ବିରଞ୍ଚି ନାରାୟଣ ଚୌଧୁରୀ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗକୁ ଜଣାଇଥିଲେ। କୋରାପୁଟ ଭିଜିଲାନ୍ସ କେସ ନଂ ୧୨-୨୨/୪/୨୧ ଅଭିଯୋଗ ପାଇଁ କଳାହାଣ୍ଡି ଜିଲ୍ଲା ଭିଜିଲେନ୍ସ ଡ଼ିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ନୂଆପଡ଼ା ଇନିସପେକ୍ଟର ଦୀନବନ୍ଧୁ ବେହେରା, ଗୁଣନିଧି ସାହୁ,କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ରମେଶ ବରାଳଙ୍କୁ ଅଧିକ ତଦନ୍ତ ପାଇଁ ଭବାନୀପାଟଣା ନିଆଯାଇ ଥିବା ଜଣାପଡ଼ିଛି।