ଜିଲ୍ଲାପାଳ ହେବ ତ ଏମିତି, ସେ କୌଣସି କିଙ୍ଗ ମେକର ଠାରୁ କମ ନୁହଁନ୍ତି ଜିଲ୍ଲାପାଳ

Share on facebook Share on Twitter Share on Whatsapp Share on Linkedin

ଗଞ୍ଜାମ : ବ୍ରହ୍ମପୁର ( ରବୀନ୍ଦ୍ର ପଟ୍ଟନାୟକ ) ଜିଲ୍ଲାପାଳ ହେବ ତ ଏମିତି ସେ କୌଣସି କିଙ୍ଗ ମେକର ଠାରୁ କମ ନୁହଁନ୍ତି।ଆମେ କହୁଛୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗୀ ଙ୍କ କାର୍ଯ୍ୟ ଦକ୍ଷତା କଥା।ନାଁ ଯେମିତି କାମ ଭି ସେହିଭଳି ସେ ଯେ କୌଣସି ବିପର୍ଯ୍ୟୟ ହେଉବା ମହାମାରୀ କୋରନା ଏ ସବୁ ବିଜୟ ହାସଲ କରିବାକୁ ସତ ସାହାସ ଦକ୍ଷତା ରହିଛି ବାବୁ ଙ୍କ ନିକଟରେ।ଯେତେବେଳେ ସାରା ବିଶ୍ୱ ରେ କୋରନା ନେଇ ବିଶ୍ୱବାସୀ ଆତଙ୍କିତ।ତେବେ ଏଥିରୁ ବାଦ ପଡିନି ଆମ ରାଜ୍ୟ ଓଡ଼ିଶା।ସରକାର ଏହି ପରିସ୍ଥିତି ରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସମ୍ବଧିୟ ସେବା ପ୍ରଦାନ କରିବାକୁ ସକ୍ଷମ ଥିଲେ ହେ ପୁଣି ଚିନ୍ତା ବଢାଇଛି କୋରନା।ନିଜ କର୍ମ ଭୂମି ଛାଡି ଫେରିଛନ୍ତି ପ୍ରବାସୀ ଓଡ଼ିଆ। ପ୍ରବାସୀ ଙ୍କ ଆଗମନ ପରେ ଅଂଚଳବାସୀ ଙ୍କ ମନରେ ଭୟ ଜାତ ହୋଇଥିବା ବେଳେ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି।ପୁଣି ସ୍ଥିତ ଗମ୍ଭୀର ଆଡକୁ ଗତି କରୁଛି।ତଥାପି ଏ ସବୁ ଏଡାଇ ଜୀବନ କୁ ବାଜି ଲଗାଇ କିଭଳି ଗଞ୍ଜାମ ଜିଲ୍ଲାରେ କୋଭିଡ ସଂକ୍ରମଣ ରୋକା ଯାଇ ପରିବ ଏଥି ସହ କେହି କୋଭିଡ ସଂକ୍ରମଣ ମେଡ଼ିକାଲ ଖଟିଏ ରେ ଅବ୍ୟବସ୍ଥା ର ସମ୍ମୁଖୀନ ହୋଇ ପ୍ରାଣ ହରାଇବେ ନାହିଁ ସେ ଦିଗରେ ଦୃଷ୍ଟି ଦେବା ସହ ଗୁରୁତର ସହ ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।।ଜିଲ୍ଲାପାଳ ଙ୍କ ନିକଟରେ କେହି ଅଭିଯୋଗ କଲେ ଯେ ବ୍ରହ୍ମପୁର ବଡ଼ ମେଡ଼ିକାଲ ରେ ଅକ୍ସିଜେନ ଆଭାଵ ଦେଖା ଦେଇଛି ଡାକ୍ତର ମାନେ ଠିକ ସେ ଚିକିତ୍ସା କରୁଛନ୍ତି ଅଭିଯୋଗ ଶୁଣିବା ମାତ୍ରେ ତତ୍ତ କ୍ଷଣାତ ପିପିଇ କୀଟ ପିନ୍ଧି ପହଞ୍ଚି ଗଲେ ଜିଲ୍ଲାପାଳ।ସେହି ମେଡ଼ିକାଲ ରେ କେତେ କୋଭିଡ ପୋଜିଟିଭ ରୋଗୀ ଅଛନ୍ତି ସେମାନଙ୍କ ଠାରୁ ସଂକ୍ରମଣ ହେବାର ସମ୍ବବନା ରହିଛି ତଥାପି ସେ ସବୁକୁ ଖାତିରି ନ କରି ସିଧା ରୋଗୀଙ୍କ ବେଡ଼ ନିକଟକୁ ପହଞ୍ଚି ଗଲେ।ପଚାରି ବୁଝିଲେ କେମିତି ସ୍ୱାସ୍ଥ୍ୟ ସେବା ଖାଇବା ପିଇବା ଚିକିତ୍ସା କେମିତି ହେଉଛି।।ସ୍ଥିତି ଅନୁଧ୍ୟାନ କଲା ପରେ ଟ୍ୱିଟ କରି କହିଛନ୍ତି ଯେ ଏଭଳି ଗୁଜବ ଭିତ୍ତିହୀନ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛି । ଜିଲ୍ଲାପାଳ ଟ୍ବିଟ୍ କରି ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି ମେଡିକାଲରେ ପ୍ରଚୁର ପରିମାଣର ଅକ୍ସିଜେନ୍ ଗଚ୍ଛିତ ରହିଛି ।ତେବେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ବିଷୟ ପଲଟିବା ସହ ଜିଲ୍ଲାପାଳ ଙ୍କୁ ଲୋକେ ପ୍ରଶଂସା ରେ ପୋତି ପକାଇଛନ୍ତି।।