ମୋବାଇଲ୍ ରେ ପବଜି ଖେଳିବା ହେଲା କାଳ

Share on facebook Share on Twitter Share on Whatsapp Share on Linkedin

ଖୋର୍ଦ୍ଧା : ଗଙ୍ଗାଧରପୁର : ( ସୂର୍ଯ୍ୟକାନ୍ତ ସାହୁ ) ମୋବାଇଲ୍ ରେ ପବଜି ଖେଳିବା ହେଲା କାଳ...ଅକାଳରେ ଟ୍ରେନ ଧକ୍କାରେ ଚାଲିଗଲା ନୀରିହ ଛାତ୍ରଙ୍କ ଅମୁଲ୍ୟ ଜୀବନ...ପବଜି ଖେଳୁ ଖେଳୁ ଆସିଗଲେ ଟ୍ରେନ୍ ଲାଇନ୍ କୁ. ... ଗଂଗାଧର ପୁର ରେଳ ଷ୍ଟେସନ ନିକଟରେ .ଟ୍ରେନ୍ ଧକ୍କାରେ ଛାତ୍ର ଶୁସାନ୍ତ ବେହେରାଙ୍କ ମ୍ରୁତ୍ୟୁ.......ମ୍ରୁତ ଛାତ୍ର ଜଣଙ୍କ ଘର ବାଲୁଗାଁ ଥାନା ନଇରୀ ଗ୍ରାମରେ ....ଗଂଗାଧର ପୁର ରେଳ ଷ୍ଟେସନ ନିକଟରେ ନଇରୀ ଗ୍ରାମର ପ୍ରଶାନ୍ତ ବେହେରାଙ୍କ ୧୫ ବର୍ଷ ବୟସ୍କ ପୁତ୍ର ଶୁସାନ୍ତ ମୋବାଇଲରେ ଖେଳୁଥିଲେ ପବଜି....ଖେଳୁ ଖେଳୁ ଚାଲି ଆସିଲେ ରେଳ ଲାଇନକୁ....ତାଙ୍କୁ ଜଣା ନଥିଲା କି ରେଳ ଲାଇନ୍ ରେ ଚଳା ଚଳ କରୁଛି ଟ୍ରେନ୍ ... ହଠାତ୍ ଟ୍ରେନ୍ ଲାଇନ୍ ରେ ଟ୍ରେନ୍ ଆସିଯିବାରୁ ଶୁସାନ୍ତଙ୍କୁ ଧକ୍କା ଦେଇଥିଲା ଟ୍ରେନ୍ ...ଟ୍ରେନ୍ ଚାଳକଙ୍କ ଠାରୁ ଖବର ପାଇ ଗଂଗାଧର ପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କରିଥିଲା ଉଦ୍ଧାର.... ...ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ଟାଙ୍ଗୀ ମେଡିକାଲରେ ଚିକିସ୍ଚା ପାଇଁ କରିଥିଲା ଭର୍ତି....ଡାକ୍ତରଙ୍କର ଆପ୍ରାଣ ଉଦ୍ୟମ ପରେ ବି ବଂଚି ପାରିନଥିଲା ଛାତ୍ରଙ୍କ ଜୀବନ....ଟାଙ୍ଗୀ ମେଡିକାଲରେ ଛାତ୍ରଙ୍କର ହୋଇ ଯାଇଛି ମ୍ରୁତ୍ୟୁ...ଖବର ପାଇ ଟାଙ୍ଗୀ ପୋଲିସ୍ ମେଡିକାଲରେ ପହଂଚି ଶବ ଜବତ କରି ଚଳାଇଛି ତଦନ୍ତ...