ଏକମାସ ପାଇଁ ବନ୍ଦ ହେଲା ଆନ୍ଧ୍ର ଓ ଓଡିଶା ସୀମାନ୍ତ ଗେଟ

Share on facebook Share on Twitter Share on Whatsapp Share on Linkedin

କୋରାପୁଟ : ବନ୍ଧୁଗାଁ (ସଂଜୀବ ବଙ୍ଗାରି ) କୋରାପୁଟ ଜିଲ୍ଲାର ଶେଷ ତଥା ଆନ୍ଦ୍ର ସୀମାନ୍ତ ବ୍ଲକ ଅଟେ, ଏହି ବ୍ଲକର ଶେଷ ତଥା ଆଲୋମଣ୍ଡା ପଞ୍ଚାୟତରୁ ମାତ୍ର ଚାରି କିମି ଦୂରରେ ଆନ୍ଦ୍ର ଓ ଓଡିଶା ସିଡିବାଲଶା ସୀମାନ୍ତ ରହିଅଛି,ଏହି ସୀମାନ୍ତ ଖୁଲା ରହିଥିବାରୁ ଆନ୍ଦ୍ରରୁ ଅନେକ ବେପାରି ମାନେ ପନି ପରିବା ଓ ସାପ୍ତାହିକ ବଜାରକୁ ଆସି ବେପାର କରି ଚାଲିଯାଇଥାନ୍ତି I ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲୋହରି ଅତି ଭୟଙ୍କର ରୂପରେ ମାଡି ଚାଲିଥିବା ସମୟରେ ଲୋକେ ବିନା ମାସ୍କରେ ବାହାରକୁ ଯିବା ପାଇଁ ଭୟ କରୁଛନ୍ତି,କିନ୍ତୁ ଆନ୍ଦ୍ରରେ ବର୍ତ୍ତମାନ ଅନେକ ଲୋକେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଲୋକେ ମୃତ୍ୟୁ ମଧ୍ୟ ହୋଇଥିବାର ଜାଣିବାକୁ ମିଳିଛି,ଏପରି ପରିସ୍ଥିତିରେ ବନ୍ଧୁଗାଁ ବ୍ଲକ ବାସୀଙ୍କ ଦାବିକି ସୀମାନ୍ତକୁ ବନ୍ଦ କୋରାଯିବା ପାଇଁ ଦାବି ହୋଇଥିଲା, ଏଥି ପୂର୍ବେ କୋରାପୁଟ ଜିଲ୍ଲାର ସମସ୍ତ ସୀମା ତଥା କୋରାପୁଟରୁ ଆନ୍ଦ୍ର ସୀମାନ୍ତ-ଶୁଙ୍କି,ଓ କୋରାପୁଟରୁ ଚତିଶଗୋଡ଼ ଯିବା ପାଇଁ କୋଟପାଡ଼ ଚାନ୍ଦଲୀ ଓ ରାୟଗଡ଼ା ଜିଲ୍ଲାରୁ ଆନ୍ଦ୍ରକୁ ଯିବା ପାଇଁ କେରେଡା ଏହି ପ୍ରମୁଖ ଗେଟ ଗୁଡିକ ବନ୍ଦ ରହିଥିବା ବେଳେ କୋରାପୁଟ ଜିଲା ପାଳ ଶ୍ରୀ ମହମ୍ମଦ ଆବୋଦୁଲ ଅଖତରଙ୍କ ଆଦେଶ ଅନୁଯାଇ ଆଜି ବନ୍ଧୁଗାଁ ବ୍ଲକର ଆନ୍ଦ୍ର ଓ ଓଡିଶା ସୀମାନ୍ତ ଗେଟ ବନ୍ଦ କରିବା ପାଇଁ ବନ୍ଧୁଗାଁ ବ୍ଲକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବା ସହିତ କୋରାପୁଟ (ଏସ.ପି.)ଶ୍ରୀ ବରୁନ ଗୁଣ୍ଟୁପାଲୀଙ୍କୁ ମଧ୍ୟ ଆଦେଶ ଦିଆ ଯାଇଥିବାରୁ ଜିଲା ପୋଲିସ ଫୋର୍ସଙ୍କୁ ମୃତୟନ ପାଇଁ ଜିଲା ଏସପି ଶ୍ରୀ ପାଲୀ ଆନ୍ଦ୍ର ଓଡିଶା ସିଡିବାଲସା ସୀମାନ୍ତ ଗେଟରେ ଏକ ମାସ ପର୍ଯ୍ୟନ୍ତ ପୋଲିସ ଫୋର୍ସଙ୍କୁ ମୃତ୍ୟୟନ କୋରାଯାଇଛି, ପୋରବର୍ତ୍ତୀ ମୁହୂର୍ତ୍ତରେ ଆଦେଶ ଆସିଲେ ଆଦେଶ ଅନୁଯାଇ କାର୍ଯ୍ୟ କୋରାଯିବ ବୋଲି ସୂଚନା ମିଳିଛି,ବିଡ଼ିଓ ଶ୍ରୀ ରୋଜନି କାନ୍ତ ଦାସ,ଓ ନାରାୟଣ ପାଟଣା ବ୍ଲକ ବିଡ଼ିଓ ଶ୍ରୀ ଯଧୁମଣି ନାୟକ, ବନ୍ଧୁଗାଁ ଥାନା ଅଧିକାରୀ (ଓ଼ଆଇସି )ଶଭ୍ୟସାଚି ଶତପଥୀ ଓ ଥାନା ଷ୍ଟାଫ,ଓ ବନ୍ଧୁଗାଁ ବ୍ଲକର ତହସିଲଦାର ଶ୍ରୀ ଭୋବାନି ଶଙ୍କର ମିଶ୍ର,ପ୍ରମୁଖଙ୍କ ଉପସ୍ଥିତରେ ଆଜି ରାସ୍ତାରେ ବାରିକେଟ ଦେଇ ରାସ୍ତା ପାର୍ଶ୍ୱରେ ବେଞ୍ଚ ରଖି ଗେଟଦେଇ ଯିବା ଆସିବା ଲୋକଙ୍କୁ ଜାଞ୍ଚ କୋରାଯିବ ଓ କୋଭିଡ ଟେଷ୍ଟ ପ୍ରମାଣ ପତ୍ରଙ୍କୁ ହିଁ ଛଡାଯିବ ଓ ବିନା ମାସ୍କରେ ଜାତାୟତଙ୍କୁ ଜୋରିମାନା ଆଦାୟ କୋରାଯିବ ବୋଲି ସୂଚନା ମିଳିଛି I