ଦିନକର ସର୍ବାଧିକ ୮୪ ସଂକ୍ରମିତ,ମୋଟ ଆକ୍ରାନ୍ତ ୩୮୫
ସୁନ୍ଦରଗଡ଼ ହେମଗିର (ଅବଦୁଲ ଅଜିଜ) ହେମଗିର-ହେମଗିରରେ ଦିନକୁ ଦିନ ଆକ୍ରାନ୍ତ ଙ୍କ ସଂଖ୍ୟା ରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହେଉଛି। ପ୍ରତିଦିନ ପୂର୍ବ ଦିନର ସଂକ୍ରମିତ ଚିହ୍ନଟ ସଂଖ୍ୟା ବଢ଼ିବାରେ ଲାଗିଛି, ଯାହା ଅତି ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଲଗାତାର ତିନି ଦିନରେ ସଂକ୍ରମିତ ସଂଖ୍ୟା ୫୦ ପାରି କରି ଆଜି ଦିନକରେ ସର୍ବାଧିକ ୮୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି। ଫଳରେ ହେମଗିରର ମୋଟ ଆକ୍ରାନ୍ତ ସଂଖ୍ୟା ୩୮୫ ରେ ପହଞ୍ଚିଛି। ଆଜିର ଚିହ୍ନଟ ସଂକ୍ରମିତ ଙ୍କ ମଧ୍ୟରେ କୁଣ୍ଡ ଗାଁ ରେ ସର୍ବାଧିକ ୧୭ ଜଣ, ତାପଛକୁ କନିକା ରେ ୧୫ଜଣ,ଅର୍ଜୁଣ୍ଡା ୯,କେନ୍ଦୁଡିହୀ ୫,ଲୁହାବାହାଲ ୫,ଟିକଲିପଡା ୪,
ଟପରିଆ ୩, ଗୋପାଳପୁର ୩, ହେମଗିରି ୩, ଗଡତୁମଲିଆ ୨, ହଲଦୀବାହାଲ ୨,ସରବାହାଲ ୨,ଧାନରାଶି ୨, ଏବଂ କତରବଗା,ଡୁଲିଙ୍ଗା, ଏମସିଏଲ ବସୁନ୍ଧରା,କଲେତପାଏନ,କୁଚେଡେଗା,ଜାମକାନୀ, ବଲବସପୁର,ସାରଙ୍ଗିଝରିଆ,ସୁଖାଯୋର,ସିଆରମାଲ,ଗଞେଇବୁଡ ରେ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ କରାଯାଇଛି।
ଆଜି ପୁଣି ଦୁଇ ଜଣ ଗୁରୁତର ଙ୍କ ଅସ୍ବଭାବିକ ମୃତ୍ୟୁ ଘଟିଥିବା ଜଣାଯାଇଛି। ସେଥିରୁ ଟପରିଆ ର ଜୈନିକ ୬୫ ବର୍ଷୀୟ ବୃଦ୍ଧ ଏବଂ କନିକା ର ଜୈନିକ ୩୨ ବର୍ଷୀୟ ଯୁବକ ଅଟନ୍ତି। ଟପରିଆ ବୃଦ୍ଧ ଜଣକ ଗୁରୁତର ଅସୁସ୍ଥ ହୋଇ ନିଜ ଘରେ ମୃତ୍ୟୁବରଣ କରିଥିବା ବେଳେ କନିକା ର ଯୁବକ କୁ ଗୁରୁତର ଅସୁସ୍ଥ ଅବସ୍ଥାରେ ପ୍ରଥମେ ହେମଗିର ଓ ସେଠାରୁ ସୁନ୍ଦରଗଡ଼ ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ମିଶାଇ ହଠାତ୍ ଗୁରୁତର ହୋଇ ଅସ୍ବଭାବିକ ମୃତ୍ୟୁ ଘଟିଥିବା ଙ୍କ ସଂଖ୍ୟା ୪ ହୋଇଛି।...?