ନିଜ ଦେହ ରେ କିରୋସିନ ଢାଳି ଆତ୍ମହତ୍ୟା କଲେ ମହିଳା

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼ -( ସରୋଜ ସିଂହ ) ସୁନ୍ଦରଗଡ଼ ଜିଲ୍ଲା ଧାରୁଆଦିହି ଥାନା ଅନ୍ତର୍ଗତ ଲାହାଣ୍ଡାବୁଡ ଗ୍ରାମରେ ଥିବା ମିଟୁ ଟୁଗୁଂରି ବନଦୁର୍ଗା ମନ୍ଦିର ପଛଦପଟେ ଏକ ମହିଳା ର ଅର୍ଦ୍ଧଦଗ୍ଧ ଶବ ମିଳିଛି ମିଳିଥିବା ସୂଚନା ମୁତାବକ ଆଜି ଦିନ ୧୨ ଟା ରୁ ଗୋଟେ ଭିତରେ ଜଣେ ମହିଳା ନିଜ ଛୋଟ ଛୁଆ ସହିତ ମନ୍ଦିରକୁ ଆସି ଥିଲା ପରେ ବନ ଦୁର୍ଗା ମନ୍ଦିର ପଛପଟେ ନିଜ ଦେହରେ କିରୋସିନ ଢାଳି ଆତ୍ମାହୁତି ଦେଇଥିଲେ ବୋଲି ଜଣାଯାଇଛି । ଆଖପାଖ ପରିବେଶ କୁ ଦେଖି ଅନୁମାନ କରାଯାଉଛି ଜେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି ତେବେ ତାଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଖବର ଲେଖିବା ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ପହଞ୍ଚିନଥିଲେ।