ମହିଳାଙ୍କ ମୃତ୍ୟୁ ପରେ କାନ୍ଧ ଦେଲେନି ସମ୍ପର୍କୀୟ : ସ୍ୱାମୀ ଓ ଆମ୍ବୁଲାନ୍ସ ଡ୍ରାଇଭର କଲେ ଅନ୍ତିମ ସତ୍କାର

Share on facebook Share on Twitter Share on Whatsapp Share on Linkedin

କେନ୍ଦୁଝର : ଆନନ୍ଦପୁର (ଉପେନ୍ଦ୍ର ସାହୁ) ମହିଳାଙ୍କ ମୃତ୍ୟୁ ପରେ କାନ୍ଧ ଦେଲେନି ସମ୍ପର୍କୀୟ। ସ୍ୱାମୀ ଓ ଆମ୍ବୁଲାନ୍ସ ଡ୍ରାଇଭର କଲେ ଅନ୍ତିମ ସତ୍କାର। ଆନନ୍ଦପୁର ଉପଖଣ୍ଡ ଝାଡକୁଣ୍ଡି ଗାଁର ଗୌରାଙ୍ଗ ଦାସଙ୍କ ସ୍ତ୍ରୀ ତିଳୋତ୍ତମା ଦୀର୍ଘଦିନ ଧରି ରୋଗାଗ୍ରସ୍ତ ଥିଲେ ।ଆଜି ତାଙ୍କର ମୃତ୍ୟୁ ହୋଇଛି। ଗୌରାଙ୍ଗଙ୍କ ଦୁଇ ପୁଅ ଓ ବୋହୂ କୋଭିଡ ପଜିଟିଭ୍‌ ହୋଇଥିବାରୁ ଅନ୍ତିମ ସତ୍କାର କରିବାକୁ କେହି ସମ୍ପର୍କୀୟ କି ସାହି ପଡିଶା ଆସିନଥିଲେ । ଫଳରେ ତାଙ୍କ ସ୍ୱାମୀ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହଯୋଗରେ ସନ୍ତିମ ସତ୍କାର କରିଛନ୍ତି।