ଅସହାୟ ଓ ନିରାଶ୍ରୟ ଙ୍କୁ ରାନ୍ଧଖାଦ୍ୟ ପ୍ରଦାନ କଲା କୋଦଳା ଏନଏସି

Share on facebook Share on Twitter Share on Whatsapp Share on Linkedin

ଗଞ୍ଜାମ : କୋଦଳା ( ସୂର୍ଯ୍ୟ ନାରାୟଣ ବଡୁ) ଦ୍ଵିତୀୟ ଲହର ରେ ମହାମାରୀ କରୋନା ଉଗ୍ରରୂପ ଧାରଣ କରି ବହୁ ଜୀବନ ନେଇସାରିଲାଣି!ବର୍ତ୍ତମାନ ପଯେଟିଭ ସଂଖ୍ୟା ବଢିବାରେ ଲାଗିଛି !ବର୍ତ୍ତମାନ ଓଡିଶା ସରକାର ଲକଡାଉନ ଘୋଷଣା କରିଥିବାବେଳେ ବହୁ ଅସହାୟ ନିରାଶ୍ରୟ ରୋଜଗାରହୀନ ହୋଇପଡୁଛନ୍ତି!ବହୁ ଅସହାୟ ନିରାଶ୍ରୟ ଭୋକଉପାସରେ ପଡିରହିଛନ୍ତି !ଏହାକୁ ନେଇ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ତତ୍ୱାବଧାନ ରେ କୋଦଳା ଏନଏସି ର ଶ୍ରଦ୍ଧାଞ୍ଜଳି ନାୟକଙ୍କ ସମେତ ଗୋଟିଏ ଟିମ ବସଷ୍ଟାଣ୍ଡ ଓ ପ୍ରତ୍ୟକ ସାହି ବୁଲି ନିରାଶ୍ରୟ ମାନଙ୍କୁ ଚି଼ହ୍ନଟ କରି ରାନ୍ଧଖାଦ୍ୟ ପ୍ରଦାନ କରିଥିଲେ!ଯଦି କେହି ବି ଅସହାୟ ନିରାଶ୍ରୟ ଭୋକ ଉପବାସ ରେ ରହିଯାଇଥାଆନ୍ତି ସେମାନଙ୍କୁ ଆମ୍ଭେ ରାନ୍ଧଆଖାଦ୍ୟ ଦୁଇଓଳି ସେମାନଙ୍କ ନିକଟକୁ ଯାଇ ପ୍ରଦାନ କରିବୁ ବୋଲି ଏନଏସି ତରଫ ରୁ କହିଛନ୍ତି!