କରୋନା ର ଦ୍ୱିତୀୟ ଲହରୀରେ ଦେଖିବାକୁ ମିଳୁନାହାନ୍ତି ସ୍ବେଚ୍ଛାସେବୀ ଓ ରାଜନେତା

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼ :ରାଜଗାଙ୍ଗପୁର : (ସୌମ୍ୟଜୀତ ସ୍ୱାଇଁ) ମହାମାରୀ କରୋନା ର ପ୍ରକୋପ ବଢ଼ିବାରେ ଲାଗିଛି ।ପ୍ରଥମ ଲହରୀ ଅପେକ୍ଷା ଦ୍ୱିତୀୟ ଲହରୀ ଓଡିଶା ପାଇଁ ଘାତକ ସାଜିଛି।ପ୍ରଥମ ଲହରୀ ରେ ସରକାର ଙ୍କର କଡା ନିୟମ ଲକଡାଉନ ,ସଟଡାଉନ ସାଧାରଣ ଜୀବନ ଯାତ୍ରା କୁ ପ୍ରତିହତ କରିଥିଲା ଯାହା ଦ୍ଵାରା କରୋନା ବ୍ୟାପିବାକୁ ସୁଯୋଗ ପାଇ ନ ଥିଲା କିନ୍ତୁ ଏଥର ତାହାର ବ୍ୟତିକ୍ରମ ଦେଖାଦେଇଛି।ବିଳମ୍ବରେ ଲକଡାଉନ ଘୋଷଣା ହେଲା ଗତ ବର୍ଷ ଲକଡାଉନ ସମୟରେ ରାଜଗାଙ୍ଗପୁର ସହରରେ ବିଭିନ୍ନ ସ୍ୱଚ୍ଛାସେବୀ ସଙ୍ଘଠନ ପ୍ରତିଷ୍ଠିତ ବ୍ୟକ୍ତି ,ରାଜନେତା ,ଜନପ୍ରତିନିଧି ଙ୍କ ତରଫରୁ ଜନସାଧାରଣ ଙ୍କୁ ଶୁଖିଲା ଖାଦ୍ୟ ,ରନ୍ଧା ଖାଦ୍ୟ,ମାସ୍କ ବଣ୍ଟନ କରୁଥିଲେ କିନ୍ତୁ ଏହି ଦ୍ୱିତୀୟ ଲହରର ଘଡି ସନ୍ଧି ମୁହୂର୍ତ୍ତରେ ଏହି ମାନଙ୍କୁ ଦେଖିବାକୁ ମିଳୁନି।ଜନସାଧାରଣ ଙ୍କ ସୁଖ ସୁବିଧା ବୁଝିବା ପାଇଁ କଥା ଦେଇଥିବା ଜନପ୍ରତିନିଧି ମାନେ ମୁହଁ ଛପା ଦେଇ ରହୁଛନ୍ତି।ନିଜ ଇଚ୍ଛାରେ ଜନସାଧାରଣ ଙ୍କ ସେବା କରିବାକୁ ଆଗେଇ ଆସୁଥିବା ସ୍ବେଚ୍ଛାସେବୀ ମାନଙ୍କର ଦେଖା ମିଳୁନାହିଁ।ଗତବର୍ଷ ଲକଡାଉନ ସମୟରେ ନିଜ କାମର ପ୍ରଚାର ପ୍ରସାର ପାଇଁ ସ୍ବେଚ୍ଛାସେବୀ ଓ ରାଜନେତା ମାନେ ଅସହାୟ ମାନଙ୍କୁ ସାହାଯ୍ୟ କରି ଫଟୋ ଉଠାଇ ପ୍ରମାଣ ସଂଗ୍ରହ କରୁଥିଲେ।କିନ୍ତୁ ଏହି ଘଡି ସନ୍ଧି ମୁହୂର୍ତ୍ତରେ ସେହି ରାଜନେତା ଓ ସ୍ବେଚ୍ଛାସେବୀ ମାନଙ୍କର ଦର୍ଶନ ମିଳୁନି।ପ୍ରକୃତରେ ସେବା କରିବା ଏମାନଙ୍କର ଉଦ୍ଦେଶ୍ୟ ନଥିଲା ସେଥିପାଇଁ ଏବେ ନିରବ ରହିଛନ୍ତି।ଏବେବି ଅନେକ ଅସହାୟ, ଗରିବ ଓ ଦିନ ମଜୁରିଆ ମାନେ ଭୋକ ଉପାସରେ ଦିନ କାଟୁଛନ୍ତି ସେଥିପ୍ରତି କାହାରି ନଜର ନାହିଁ।