ଟୀକା ନେବା ପାଇଁ ଡାକ୍ତରଖାନା ପରିସରରେ ଅସମ୍ଭବ ଭିଡ଼,ଖୁଲାମଖୁଲା ସରକାରୀ ନିୟମକୁ ଉଲଂଘନ

Share on facebook Share on Twitter Share on Whatsapp Share on Linkedin

କେନ୍ଦୁଝର/ଆନନ୍ଦପୁର(ଉପେନ୍ଦ୍ର ସାହୁ) ଟୀକା ନେବା ପାଇଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନା ପରିସରରେ ଅସମ୍ଭବ ଭିଡ଼। ସାମାଜିକ ଦୂରତା ନମାନି ଟୀକା ନେବା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାରେ । ଏଭଳି ପରିସ୍ଥିତିରେ ରେ ଲୋକମାନେ ଟୀକା ନେବା ସହିତ କୋରୋନା କୁ ଆମନ୍ତ୍ରଣ କରୁଥିବା ଜଣାପଡୁଛି । ରାତି ୩ଟା ରୁ ଉଠି ଲୋକମାନେ ଟୀକା ନେବା ପାଇଁ ଲାଇନ୍ ରେ ଠିଆ ହୋଇ ରହୁଛନ୍ତି। ଘଟଣା ସମ୍ପର୍କରେ ଅବଗତ ହେବା ପରେ ପୋଲିସ୍‌ ପହଞ୍ଚି ଲୋକମାନଙ୍କୁ ସଚେତନ କରିବା ସହିତ ଭିଡ଼ ନିୟନ୍ତ୍ରଣ କରିଛି ।