ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୨ଲକ୍ଷ୍ୟ ଟଙ୍କା ଦେଲେ, ରାଜ୍ୟ ବିଜେଡି ଯୁବ ଉପସଭାପତି ରାଜା ଚକ୍ର ,,
କେନ୍ଦୁଝର(ଉପେନ୍ଦ୍ର ସାହୁ) କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଗଡବାନ୍ଧଗୋଡା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଯୁବ ସମାଜସେବୀ ତଥା ରାଜ୍ୟ ଯୁବ ବିଜେଡି ଉପସଭାପତି ସୋମ୍ୟଶଙ୍କର ଚକ୍ର ଗତବର୍ଷ ପ୍ରଥମ ପର୍ଯ୍ୟାୟ କରୋନା ମହାମାରୀର ବିପତ୍ତି ସମୟ ରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ୍ୟ ଟଙ୍କା ଓ ସବୁବେଳେ ଅନବରତ ଭାବରେ ଲୋକଙ୍କ ସେବା କରି ମାକ୍ସ ଓ ଖାଇବା ବଣ୍ଟନ କରି ଚର୍ଚା ସାଉଁଟି ଥିବା ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ସୋମ୍ୟଶଙ୍କର ଚକ୍ର( ରାଜା ଚକ୍ର) ପୁଣି ଦେଖାଇଲେ ମାନବିକତା ର ପରିଚୟ. ଏବେ କରୋନାର ଦୁତିୟ ପଯ୍ୟାୟରେ ମହାମାରୀ ସଂକଟ ଦେଇ ଗତିକରୁ ଥିଲାବେଳେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ କେନ୍ଦୁଝର ଜିଲ୍ଲାପାଳଙ୍କ ଜରିଆରେ ଦୁଇ ଲକ୍ଷ୍ୟ ଟଙ୍କାର ଚେକ୍ ଦେଇ ମହାନତାର ପରିଚୟ ସୁଷ୍ଟି କରିଛନ୍ତି । ଏଥିପାଇଁ ରାଜା ଚକ୍ରଙ୍କୁ ଅଞ୍ଚଳ ତଥା ଜିଲ୍ଲାବାସୀ ମାନେ ଶୁଭେଚ୍ଛାର ବାର୍ତ୍ତା ଜଣାଇଛନ୍ତି ।।