୩୩କେବି ବିଦ୍ଯୁଦ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ,,
କେନ୍ଦୁଝର/ଆନନ୍ଦପୁର(ଉପେନ୍ଦ୍ର ସାହୁ):କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜରଦା ଓଭର ବ୍ରିଜ ନିକଟରେ ଥିବା ଏକ ଫର୍ଣ୍ଣିଚର ଦୋକାନ ଘରେ କାମ କରୁଥିବା ସମୟରେ ଆଜି ଦିନ ୧୧ ସମୟରେ ଅସାବଧାନତା ବସତଃ ଦୋକାନ ଘର ଉପରେ ଯାଇଥିବା ୩୩ କେବି ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ର ମୃତ୍ଯୁ ଘଟିଛି । ଧରିଥିବା ଲୁହା ପାଇପ ଲାଗିଯିବାରୁ ଶ୍ରମିକଙ୍କ ଘଟଣା ସ୍ଥଳରେ ମୃତ୍ଯୁ ଘଟିଛି । ।ଘଟଣାରୁ ପ୍ରକାଶ ଯେ ରାମଚନ୍ଦ୍ରପୁର ଥାନା ୨୦ ନମ୍ବର ଜାତୀୟ ରାଜପଥ ଜରଦା ଓଭର ବ୍ରିଜ ନିକଟରେ ଥିବା ସାଇ ଫର୍ଣ୍ଣିଚର ଦୋକାରରେ ଆଜି ସକାଳେ ତିନି ଜଣ ଶ୍ରମିକ କାମ କରୁଥିଲେ, କାମ କରୁଥିବା ସମୟରେ ଏକ ଲୁହା ପାଇପ ଦୋକାନ ଉପରକୁ ଟେକୁଥିବା ବେଳେ ଦୋକାନ ଉପରେ ଯାଇଥିବା ୩୩ କେବି ବିଦ୍ଯୁତ ତାର ସଂସ୍ପର୍ଶରେ ଲୁହା ପାଇପଟି ଆସି ଯିବାରୁ ଘଟଣା ସ୍ଥଳରେ ଅଳତି ପଞ୍ଚାୟତ ଅନ୍ତର୍ଗତ ବେଲସୁନ୍ଦରି ଗ୍ରାମର କାର୍ତ୍ତିକ ସାହୁ(୪୩) ନାମକ ଜଣେ ଶ୍ରମିକ ଙ୍କ ମୃତ୍ଯୁ ଘଟିଥିଲା ,ସଙ୍ଗେ ସଙ୍ଗେ ଦୋକାନି ମାଲିକ ବିଶ୍ବଜିତ ଭଞ୍ଜ ଅନ୍ଯ ଶ୍ରମିକଙ୍କ ସହାୟତାରେ ଏକ ଅଟୋ ଯୋଗେ କାର୍ତ୍ତିକଙ୍କୁ ସାଇଁକୁଳ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରିଥିଲେ ,ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।ଘଟଣା ସଂମ୍ପର୍କରେ ଖବର ପାଇ ରାମଚନ୍ଦ୍ରପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବଦ କରି ବ୍ଯବଛେଦ ପାଇଁ ଉପଖଣ୍ତ ଚିକିତ୍ସାଳୟକୁ ପଠାଇ ଦେଇଛି ।ଏ ସମ୍ବନ୍ଧରେ ରାମଚନ୍ଦ୍ରପୁର ଥାନାରେ ୮/୨୧ରେ ଏକ ଅପମୃତ୍ଯୁ ମାମଲା ରୁଜୁ କରାଯାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।ସେପଟେ ମୃତ ଶ୍ରମିକ ଜଣକ ନିହାତି ଗରିବ ଶ୍ରେଣୀର ବ୍ଯକ୍ତି ହୋଇଥିବା ସେ ଏକମାତ୍ର ରୋଜଗାରକ୍ଷମ ବ୍ଯକ୍ତି ଥିଲେ, ତାଙ୍କ ମୃତ୍ଯୁରେ ଅଭାବି ପରିବାର ବେସାହାର ହୋଇ ପଡିଛନ୍ତି । ରେଡକ୍ରସ ତଥା ରାଜ୍ଯ ସରକାରଙ୍କ ତରଫରୁ ଆକସ୍ମିତ ମୃତ୍ଯୁ ପାଇଁ ଦିଆଯାଉଥିବା ଆର୍ଥିକ ସହାୟତା ରାଶି ମୃତ ଶ୍ରମିକ ପରିବାରକୁ ତୁରନ୍ତ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି