ଖବର ପ୍ରସାରଣ ପରେ ଶିବାନିଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଜୟଦୃର୍ଗା ଫାଉଣ୍ଡେସନ,,

Share on facebook Share on Twitter Share on Whatsapp Share on Linkedin

କେନ୍ଦୁଝର/ଆନନ୍ଦପୁର (ଉପେନ୍ଦ୍ର ସାହୁ): ଆନନ୍ଦପୁର ବ୍ଲକ ବେଲବାହାଳି ଗ୍ରାମର ସ୍ବର୍ଗତ ରାମଚନ୍ଦ୍ର ସାହୁଙ୍କର ଗତ ପାଞ୍ଚବର୍ଷ ପୂର୍ବରୁ କୌଣସି ଏକ ଅଜଣା ରୋଗରେ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀ ଶିବାନି ସାହୁ ତିନୋଟି ଛୋଟ ଛୋଟ ଛୁଆଁଙ୍କୁ ଧରି ଭଙ୍ଗା ଚାଳଚାପର ତଳେ ଭାଗ୍ୟକୁ ଆଦରି ପଡିରହିଥିବା ଖବର ପ୍ରସାରଣ ପରେ ଶିବାନିଙ୍କ ପରିବାରକୁ ଗୋଟିଏ ମାସର ରାସନ ସାମଗ୍ରୀ ସହ ସହାୟତାର ହାତ ବଢାଇଲା ଜୟଦୃର୍ଗା ଫାଉଣ୍ଡେସନ ଏଥିସହିତ ତାଙ୍କର ତିନୋଟି ଛୁଆଙ୍କ ପାଇଁ ପାଠପଢା ଖର୍ଚ୍ଚ ପୁରଣ କରିବା ସହ ଶିବାନି ସାହୁ କିପରିଭାବେ ନିଜେ ରୋଜଗାର କ୍ଷେମ ହୋଇପାରିବେ ଏଥିପ୍ରତି ଜୟଦୃର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନା ପ୍ରତିଶୁତି ଦେଇଛନ୍ତି । ଏଥିରେ ଜୟଦୁର୍ଗା ଫାଉଣ୍ଡେସନର ସଭାପତି ଉମାକାନ୍ତ ରାଉତ ଏବଂ ସଦସ୍ୟା ଶ୍ରୀଲେଖା ଜେନା ଓ ଶକ୍ତିକାନ୍ତ ରାଉତ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ସମଗ୍ର ରାଜ୍ୟରେ କରୋନା ମହାମାରୀ ପାଇଁ ସମସ୍ତେ ନିଜ ନିଜ ଜୀବନ ବଞ୍ଚାଇବାକୁ ଯାଇ ଘରୁ ବାହାରୁନଥିବା ବେଳ ସମାଜସେବୀ କରୁଥିବା ଜୟଦୁର୍ଗା ଫାଉଣ୍ଡେସନର ସଦସ୍ୟ ମାନେ ଗରିବ ଅସହାୟ ଲୋକଙ୍କୁ ସହାୟତା କରୁଥିବାରୁ ବେଲବାହାଳି ଗ୍ରାମର ଲୋକମାନେ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନାଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କର ମଙ୍ଗଳ କାମନା କରିଛନ୍ତି ।।