ଯୁଦ୍ଧ କାଳୀନ ଭିତ୍ତି ରେ ସମାଧାନ କଲେ ଚାଷୀ ଙ୍କ ସମସ୍ୟା ଶ୍ରୀ ବାବୁଲି ମଣ୍ଡଳ*

Share on facebook Share on Twitter Share on Whatsapp Share on Linkedin

କର୍ଲାମୁଣ୍ଡା: (ପବିତ୍ର ସାହୁ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଖଲିଆପାଲି ସବ୍ ଧାନ ମଣ୍ଡି ରେ ଚାଷୀ ଙ୍କ ଧାନ ଉଠୁ ନଥିବା ସମସ୍ୟା ଜାଣିବା ପରେ ତୁରନ୍ତ ସହଯୋଗ ର ହାତ ବଢ଼େଇ ମୁହୂର୍ତ୍ତ କ ମଧ୍ୟରେ ସମସ୍ୟା ର ସମାଧାନ କରି ଚର୍ଚ୍ଚା ରେ କଳାହାଣ୍ଡି ଜିଲ୍ଲା ବିଜେଡ଼ି ଉପ ସଭାପତି ଶ୍ରୀଯୁକ୍ତ ଚିତ୍ତରଂଜନ ମଣ୍ଡଳ (ବାବୁଲି)। ଖଲିଆପାଲି ସବ୍ ମଣ୍ଡି ରେ କିଛି ମିଲର୍ସ ଚାଷୀ ଙ୍କ ଧାନ କୁ ୭ କେଜି ଲେଖାଏଁ କଟନି ଛଟନି ହିସାବରେ ଧାନ ଉଠେଇବା କୁ କହିବା ସହ ଜରି ଅଖା ବସ୍ତା ରେ ଧାନ ନ ଉଠେଇବାକୁ କହି ଚାଷୀଙ୍କୁ ବିଭିନ୍ନ ପ୍ରକାର ହଇରାଣ କରୁଥିବା କଥା ସାମ୍ନାକୁ ଆସିଥିଲା। ଏଣୁ ଉକ୍ତ ଚାଷୀ ମାନେ ବି ବିଭଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ସତ୍ତ୍ୱେ କୌଣଷି ସୁଫଳ ମିଳିନଲା । ପରେ ଅଂଚଳ ର ଚାଷୀ ମାନେ ଶ୍ରୀଯୁକ୍ତ ଚିତ୍ତରଂଜନ ମଣ୍ଡଳ ଙ୍କୁ ଜଣାଇ ଥିଲେ । ଯୁଦ୍ଧ କାଳୀନ ଭିତ୍ତି ରେ ବରିଷ୍ଠ ବିଭଗୀୟ ଅଧିକାରୀ ଏବଂ ମିଲର୍ସ ଙ୍କ ସହ ଏ ବିଷୟରେ ଆଲୋଚନା କରି ତୁରନ୍ତ ଚାଷୀଙ୍କ ଧାନ ଉଠେଇବାକୁ କହିଥିଲେ । ଫଳରେ ମିଲର୍ସ ମାନେ ଗାଡି ପଠେଇ ଧାନ ଉଠାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ । ସମସ୍ୟାର ସମାଧାନ ପରେ ସମସ୍ତ ଚାଷୀ ସହ ସମ୍ପୃକ୍ତ ଅଞ୍ଚଳ ବାସୀ ଶ୍ରୀ ମଣ୍ଡଳ ଙ୍କ ଏପରି ମହତ୍ କାର୍ଯ୍ୟ କୁ ଭୂରି ଭୂରି ପ୍ରଶଂସା କରିବା ସହ ଧନ୍ୟବାଦ ଜଣେଇଛନ୍ତି।