ମାଲବାହୀ ଟ୍ରେନ ଧକ୍କାରେ ପୂର୍ବତନ କାଉନସିଲର ମୃତ

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼ : ରାଜଗାଙ୍ଗପୁର (ସୌମ୍ୟଜିତ ସ୍ୱାଇଁ) ଆଜି ସକାଳ ପ୍ରାୟ ୪ ଘଟିକା ସମୟରେ ୧୭ ନମ୍ବର ୱାର୍ଡ ବାସିନ୍ଦା ତଥା ପୂର୍ବତନ କାଉନସିଲର ସମର ସରକାର (୭୩)ଏକ ମାଲ ବାହି ଟ୍ରେନ ଧକ୍କାରେ ପ୍ରାଣ ହରାଇଛନ୍ତି ।ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ।ଘରେ ସୋଇଥିବା ଅବସ୍ଥାରେ ସମର ସରକାର ଏକାକୀ ଟ୍ରେନ ଲାଇନକୁ ପଳାଇ ଆସିଥିଲେ।ସ୍ତ୍ରୀ ଉଠିବା ପରେ ତାଙ୍କୁ ଘରେ ନପାଇ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଖୋଜା ଖୋଜି କରିଥିଲେ ।ସ୍ଥାନୀୟ ଲୋକମାନେ ତାଙ୍କର କ୍ଷତ ବିକ୍ଷତ ମୃତ ଶରୀରକୁ ଟ୍ରେନ ଲାଇନ କଡ଼ରେ ପଡିଥିବାର ଦେଖିଥିଲେ।ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି।ପୁଲିସ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା।ସେ ଜଣେ ମିଷ୍ଟାଭାଷୀ ,ପରୋଉପକାରୀ, ସମାଜସେବୀ ବ୍ୟକ୍ତି ଥିଲେ।ତାଙ୍କର ମୃତ ଖବର ପ୍ରଚାର ହେବା ପରେ ସାରା ସହରରେ ଶୋକର ଛାୟା ଖେଳି ଯାଇଛି।