ବିପଦ ସଂକେତ ଟପିଲା ବୈତରଣୀ ନଦୀ,, ତଳିଆ ଅଞ୍ଚଳରେ ସହସହ ଚାଷଜମି ଜଳମଗ୍ନ,,

Share on facebook Share on Twitter Share on Whatsapp Share on Linkedin

କେନ୍ଦୁଝର/ଆନନ୍ଦପୁର(ଉପେନ୍ଦ୍ର ସାହୁ)-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରେ ଏବେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି। ଆନନ୍ଦପୁର ଠାରେ ନଦୀର ସତର୍କ ସଂକେତ ୩୭.୪୪୦ ମିଟର ଥିବା ବେଳେ ସକାଳ ୧୦ଟା ସୁଦ୍ଧା ନଦୀର ଜଳସ୍ତର ରହିଛି ୩୮.୫୫୦ ମିଟର . ଏଠାରେ ବିପଦ ସଂକେତ ୩୮.୩୬୦ ମିଟର . ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବଢୁଛି ନଦୀର ଜଳସ୍ତର .। ଏଥିପାଇଁ ବୈତରଣୀ ନଦୀର ତଳିଆ ଅଞ୍ଚଳରେ ବସବାସ କରୁଥିବା କୋଲମାନେ ବୟବିତରେ ରହିଛନ୍ତି ।ଏଥିସହିତ ଆନନ୍ଦପୁର ଅଞ୍ଚଳରେ ରହିଥିବା ପଞ୍ଚୁପଲ୍ଲୀ ଗ୍ରାମରେ ବାତ୍ୟା ୟାସରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିବା ପରେ ଗତକାଲି ଉପର ଅଂଚଳରେ ବହୁତ ବର୍ଷା ହେଇଥିବାରୁ ତଳିଆ ଅଂଚଳ ରେ ଆଜି ବୈତରଣୀ ନଦୀରେ ବନ୍ୟାଜଳ ଗତକରି ବହୁ ଚାଷୀଙ୍କ ଫସଲ ଜମିରେ ପାଣି ପଶି ବହୁତ ଧାନ ଜୀବନ ପନି ପାରିବ ଅନେକ ଫସଲ ନଷ୍ଟ ହୋଇଛି ।ଏକ ସହରୁ ଅଧିକ ହେକ୍ଟର ଜମିରେ ପାଣିପଶି ନଷ୍ଟ କରିଦେଇଛି ଏଥିରେ କୌଣସି ସରକାରୀ କର୍ମଚାରୀଙ୍କ ଦେଖା ନଥିବା ବେଳେ ଚାଷୀ ଏବେ ଚିନ୍ତାରେ ସରକାରୀ ସହାୟତାକୁ ଅନେଇ ବସିଛନ୍ତି । ତେବେ ଆଗକୁ ଦେଖିବାର ବିଷୟ ଏହି ବନ୍ୟା କେତେ କ୍ଷେତି କରୁଛି ଆଉ ସରକାରୀ ଅଧିକାରୀ ମାନେ ଏଥିପ୍ରତି କଣ ପଦକ୍ଷେପ ନେଉଛନ୍ତି ।।