ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ

Share on facebook Share on Twitter Share on Whatsapp Share on Linkedin

(ସ୍ୱସ୍ତିକ ବ୍ୟୁର ) ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାକୁ ହେଲିକପ୍ଟରରେ ଯୋଗେ ଯାଇ ସ୍ଥିତି ଦେଖୁଛନ୍ତି । ଆଜି 12.30 ସମୟରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ଉଡାଣ ଭରିଥିଲେ । ପରେ ବାତ୍ୟାଞ୍ଚଳ ପରିଦର୍ଶନ ଜାରି ରଖିଛନ୍ତି ।ସେହିପରି ବାତ୍ୟାରେ କ୍ଷତିଗସ୍ତ ହୋଇଥିବା ପ୍ରମୁଖ ରାସ୍ତାଗୁଡିକୁ ୨୪ ଘଂଟା ମଧ୍ୟରେ ମରାମତି କରାଯିବ । ଏବଂ ପ୍ରଭାବିତ ଜିଲ୍ଲାରେ ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିଯିବ । ଖୁବ କମ ସମୟ ମଧ୍ୟରେ ତଳିଆ ଅଂଚଳରୁ ୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ ପଂଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ପୁଲିସକୁ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ l