ଦୁଇ ହଜାର ପାରି ହେଲା ସଂକ୍ରମଣ

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼ ହେମଗିର- ( ଅବଦୁଲ ଅଜିଜ) ଏପ୍ରିଲ ପ୍ରାରମ୍ଭରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ପରେ ମେ ମାସ ନ ସରୁଣୁ ଅର୍ଥାତ୍ ଦୁଇ ମାସ ମଧ୍ୟରେ ହେମଗିର ବ୍ଳକରେ କରୋନା ଦ୍ବିତୀୟ ଲହର ସଂକ୍ରମିତ ସଂଖ୍ୟା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇ ଦୁଇ ହଜାର ପାରି କରିସାରିଲାଣି।ତାସହ ୩୬ ଜଣ ସଂକ୍ରମିତ ଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଆଜି ସୁଦ୍ଧା ହେମଗିରରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୦୭୫ ରେ ପହଞ୍ଚିବା ସହ ୬୭୦ ଟି ସକ୍ରିୟ ମାମଲା ରହିଛି। ଆଜି ସୁଦ୍ଧା ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମୋଟ୍ ୬୭୯୯ ଜଣଙ୍କ ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଥିବା ପ୍ରକାଶ। ତତ୍ ସହ ଆହୁରି ଚିନ୍ତା ଜନକ ବିଷୟ ସାଜିଛି କରୋନା ଲକ୍ଷଣ ଥାଇ ଅସ୍ବଭାବିକ ମୃତ୍ୟୁ ବରଣ କରିବା ଘଟଣା । ଯାହା ମୋଟ ସଂକ୍ରମିତ ମୃତ୍ୟୁ ସଂଖ୍ୟା ର ପ୍ରାୟ ଦୁଇ ଗୁଣ ଅଟେ। କୋଭିଡ ମୃତ୍ୟୁ ରେ ସର୍ବାଧିକ ୬ ଜଣ ସ୍କୁଲ ଶିକ୍ଷକ ଓ ଜଣେ ପିଅନ ଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସମ୍ମୁଖ ଯୋଦ୍ଧା ଅଙ୍ଗନବାଡ଼ି କର୍ମୀ ଙ୍କ ମଧ୍ୟ ମୃତ୍ୟୁ ଘଟିଛି।ତାସହ ଦୁଇଟି ଘଟଣା ରେ ଗୋଟିଏ ପରିବାରର ସ୍ବାମୀ ସ୍ତ୍ରୀ ଏବଂ ବାପ ପୁଅ ଙ୍କ ଜୀବନ ନେଇଛି ମହାମାରୀ କରୋନା।...