କ୍ୟାନ୍ସର ପୀଡିତ ରୋଗୀ କାଳନ୍ଦୀ ସାହୁଙ୍କ ପରିବାରକୁ ପରିବାରକୁ ସହାୟତାର ହାତ ବଢାଇଲା ଓଁକାର ସେବାଶ୍ରମ ଟ୍ରଷ୍ଟି,

Share on facebook Share on Twitter Share on Whatsapp Share on Linkedin

କେନ୍ଦୁଝର/ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବେଲବାହାଳି ଗ୍ରାମରେ ଜଣେ ଗରିବ ବ୍ୟକ୍ତି କ୍ୟାନ୍ସର ପୀଡ଼ିତ ରୋଗୀ କାଳନ୍ଦୀ ସାହୁ ଦୀର୍ଘ ଦିନ ଧରି ବହୁ ଅସୁବିଧା ପଡିରହିଛନ୍ତି । ତାଙ୍କର ଅର୍ଥ ଅଭାବରୁ ସେ ଚିକିତ୍ସିତ ହୋଇ ପାରୁନାହାନ୍ତି ,ବନ୍ଧୁ ବାନ୍ଧବ ସାଇ ପଡିସାରୁ ଟଙ୍କା ଧାର ଉଦ୍ଧାର କରି ଗୋଟିଏ ପ୍ରାଇଭେଟି ମେଡ଼ିକାଲରେ ଅପରେସନ ହୋଇଛନ୍ତି । ଏବେ କରୋନା ରୋଗ ଭୟରେ ମେଡ଼ିକାଲରେ ନରହି ପ୍ରତିଦିନି କେମୋ ନେବାପାଇଁ ଆନନ୍ଦପୁରରୁ କଟକ ମେଡ଼ିକାଲକୁ ଯିବା ଆସିବା କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ପାଖରେ ଯାହା ଟଙ୍କା ଥିଲା ସରିଜିବା ପରେ ତାଙ୍କ ପରିବାର ଚଳାଇବା ପାଇଁ ତାଙ୍କ ପାଖରେ ଆଉ ସାହାସ ନାହିଁ ।ପରିବାର ତାଙ୍କର ପତ୍ନୀ ଓ ଛୋଟ ଛୋଟ ପୁଅ ଝିଅ ଦୁଇଜଣ ଅର୍ଥ ନଥିବାରୁ ବହୁ ହାଇରାଣରେ ଚଳୁଛନ୍ତି କାଳନ୍ଦୀଙ୍କ ପରିବାର ଖବର ପାଇ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ମଦନପୁର ପଞ୍ଚାୟତ ବାମ୍ପିଡି ଗୋଡିସାହି ସ୍ଥିତ ଗରିବ ଅସହାୟଙ୍କର ସୁଖ ଦୁଃଖର ସାଥି ଏବଂ ଦୀର୍ଘ ୨୨ବର୍ଷ ମଧ୍ୟରେ ଅନେକେ ଲୋକଙ୍କୁ ସାହାଯ୍ୟ କରି ଆସୁଥିବା ଓଁକାର ସେବାଶ୍ରମ ପକ୍ଷରୁ ଟ୍ରଷ୍ଟି ପକ୍ଷରୁ ଟ୍ରଷ୍ଟି ଗୋବର୍ଦ୍ଧନ ବେହେରାଙ୍କ ତତ୍ୱବଦ୍ଧନରେ ଫାଉଣ୍ଡର ତେରେଶମ ଲାଲ ଏବଂ ଡ଼ାଇରେକ୍ଟର ଚରଣଜିତ୍ ସିଂ, ମିଷ୍ଟର ରାଜେଶ କୁମାର ନାଗି ପ୍ରମୁଖ କିଛି ଆର୍ଥିକ ସହାୟତା ସହ ରାସନ ସାମଗ୍ରୀ ଓ ବସ୍ତ୍ରଦାନ କରିଛନ୍ତି । ଏଥିସହ ତାଙ୍କ ପରିବାରର ସମସ୍ତ ଭଲମନ୍ଦ ବୁଝିବା ସହ କାଳନ୍ଦୀଙ୍କ ପୁଅର ପାଠପଢା ଦାଇତ୍ୱ ନେବେ ବୋଲି ଟ୍ରଷ୍ଟି ଗୋବର୍ଦ୍ଧନ ବେହେରା ପ୍ରତିଶ୍ରୁତି ଦେଇଛନ୍ତି ।ଏର୍ଥରେ ଓଁକାର ସେବାଶ୍ରମର ଶିକ୍ଷକ କୃଷ୍ଣଚନ୍ଦ୍ର ବାରିକ୍ ଓ ଆଇଟିଆ ପ୍ରିନ୍ସପାଲ ପ୍ରମୋଦ କୁମାର ସାହୁ ଏବଂ ରାମଚନ୍ଦ୍ର ସେଠି, ସମାଜସେବୀ ବସନ୍ତ କୁମାର ସାହୁ, କବିନ୍ଦ୍ର ସାହୁ, ସୁବାସ କୁଅଁର,। ତାଙ୍କର ଏହିଭଳି ସାହଯ୍ୟ ପାଇଁ ବେଲବାହାଳି ଅଞ୍ଚଳର ସମସ୍ତ ବରିଷ୍ଠ ବ୍ୟକ୍ତି ମାନେ ଓଁକାର ସେବାଶ୍ରମର ଫାଉଣ୍ଡରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।।