ବନ୍ଧା ହେଲେ ୩ ନକଲି ସମ୍ବାଦିକ, ବଟି ଆଦାୟ କରିବା ପଡିଲା ମହଙ୍ଗା

Share on facebook Share on Twitter Share on Whatsapp Share on Linkedin

ବରଗଡ (ସୁନୀଲ ଭୂଏ ) ବନ୍ଧା ହେଲେ ୩ ନକଲି ସାମ୍ବାଦିକ ।ବଟି ଆଦାୟ କରୁଥିବା ସମୟରେ ଵରଗଡ ଅମ୍ବାଭନା ପୋଲିସ ହାତରେ ଧରାପଡିଛନ୍ତି ନକଲି ସାମ୍ବାଦିକ । ଛତୁ ଫୁଟିଲା ପରି ନକଲି ସାମ୍ବାଦିକ ଜିଲ୍ଲାରେ ଘୁରି ବୁଲୁଛନ୍ତି ।ଧରାପଡିଥିଵା ୩ଜଣ ପଦ୍ମପୁର ବ୍ଳକ କନସିଙ୍ଗା ର ଆଶିସ ଭୋଇ ,ଗାଇସିଲେଟ ବ୍ଲକ କେନ୍ଦୁଢିପା ର ଵିଶ୍ବପତି ସାହୁ ଓ ବରାମୁଣ୍ଡା ଗ୍ରାମର ଭାଗିରଥି ଭୋଇ ହୋଇଥିବା ଜଣାପଡିଛି ।ସୂଚନା ଅନୁଯାୟୀ ଗାଇସିଲେଟ ଠାରୁ ଆରମ୍ଭ କରି ଅମ୍ବାଭନା ବ୍ଳକ ପଯ୍ୟନ୍ତ ଯୋଗାଣ ସହାୟକଙ୍କୁ ଧମକ ଚମକ ଦେଇ ହଜାର, ହଜାର ଟଙ୍କା ଅର୍ଥ ବସୁଲି କରୁଥିଲେ । ‌‌‌‌ନିଜକୁ ଓ୍ଵେବ ଚ୍ୟାନାଲର ସାମ୍ବାଦିକ କହୁଥିଲେ ୩ଜଣ ଅପରାଧୀ ।ଅମ୍ବାଭନା ଅଞ୍ଚଳରେ ଵଟି ଆଦାୟ କରୁଥିବା ସମୟରେ କପାସିରା ସରପଞ୍ଚ ପୋଲିସକୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ଅମ୍ବାଭନା ପୋଲିସ ପହଞ୍ଚି ନକଲି ସାମ୍ବାଦିକଙ୍କୁ କାବୁ କରିଥିଲେ ।ତେବେ ଏହି ଦୁର୍ବୁତ୍ତ ମାନେ ପୋଲିସ ଆଗରେ ନିଜର କଲା କାରନାମା ସ୍ବୀକାର କରିଥିବା ବେଳେ ଵଟି ଆଦାୟ କରିଥିବା ସମସ୍ତ ଅର୍ଥ ଫେରାଇ ଦେବେ କିନ୍ତୁ ମାମଲା ରୁଜୁ କରା ନ ଯାଉ ବୋଲି ପୋଲିସକୁ କହିଥିଲେ ।। ‌‌‌