କାୟା ବିସ୍ତାର କରୁଛି ମାରାତ୍ମକ ଡ୍ରଗ୍ସ କାରବାର

Share on facebook Share on Twitter Share on Whatsapp Share on Linkedin

ହେମଗିରି ( ଅବଦୁଲ ଅଜିଜ ) ହେମଗିର ଥାନା ଅଂଚଳରେ ଅତି ଦ୍ରୁତ ଗତିରେ କାୟା ବିସ୍ତାର କରୁଛି ମାରାତ୍ମକ ଡ୍ରଗ୍ସ କାରବାର। ବିଶେଷ କରି ବହୁ ଅର୍ଥ ର ଅଧିକାରୀ ଥିବା ଖଣି ବିସ୍ଥାପିତ ଯୁବ ଓ ଛାତ୍ର ଗୋଷ୍ଠୀ ଙ୍କୁ ଟାର୍ଗେଟ କରାଯାଇ ଅତି ସହଜରେ ଡ୍ରଗ୍ସ ବେପାର ବଢ଼ିଚାଲିଛି । ପୂର୍ବରୁ  କେବଳ ମଦ, ଗଞେଇ ନିଶାର ଆକୃଷ୍ଟ ଥିବାବେଳେ ଏବେ ଏମାନଙ୍କ ହାତରେ ଧରାଇ ଦିଆଯାଇଛି ଧଳା ଜହର। ଧିରେ ଧିରେ ଏମାନଙ୍କୁ ଏହି ଧଳା ଜହର ର ଅଭ୍ୟସ୍ତ କରାଯାଇ ଏବେ ଡ୍ରଗ୍ସ କାରବାର କୁ ବଢାଇ ଚାଳିଛି। ଖଣି ବିସ୍ଥାପିତ ଯୁବଗୋଷ୍ଠୀ ଙ୍କ ପାଖରେ ପ୍ରଚୁର ଅର୍ଥ ଥିବା ରୁ ଏମାନଙ୍କୁ ଟାର୍ଗେଟ କରି ଆରାମରେ କାୟା ବିସ୍ତାର କରିସାରିଛି ଡ୍ରଗ୍ସ। ଏନେଇ ପୁଲିସ ଚେଇଁ ଶୋଇଥିବା ବେଳେ ପୁଲିସ ର ନାକ ତଳେ ଚାଳିଛି ବେପାର। ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଚୋରାଚାଲାଣ ରେ ଆସୁଥିବା ବେଳେ ଆଗକୁ ଆହୁରି ଖଣି ଖାଦାନ ଖୋଳାଯିବାକୁ ରହିଥିବାରୁ ହେମଗିର ଅଂଚଳ ଡ୍ରଗ୍ସ କାରବାର ର ଏକ ସ୍ଥାୟୀ ପେଣ୍ଠସ୍ଥଳୀ ରେ ପରିଣତ ହେବା ଆଶଙ୍କା ରହିଛି। କେବଳ ପ୍ରଚୁର ଅର୍ଥ ଥିବା ଖଣି ବିସ୍ଥାପିତ ନୁହଁନ୍ତି ଅପରାଧିକ ଗୋଷ୍ଠୀ, ଛାତ୍ର,ଚାଳକ ଆଦି ମଧ୍ୟ ଏହାର ହାବୁଡ଼ରେ ପଡିଛନ୍ତି।ଯାଫଳରେ ସେମାନଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ଧଳା ଜହର କବଳିତ କରାଯାଇ ବେପାର ବଢ଼ିଚାଲିଛି।ସମୟ ଥାଉ ଥାଉ ଏହା ଉପରେ ଲଗାମ ନଲଗାଇଲେ ଆଗାମୀ ଦିନରେ ବିଶେଷକରି ଯୁବଗୋଷ୍ଠୀଙ୍କ ଉପରେ ଅନେକ ପ୍ରକାରର କୁପ୍ରଭାବ ପକାଇବା ନେଇ ସଚେତନ ନାଗରିକ ମହଳ ରେ ମତପ୍ରକାଶ ପାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଦିଗରେ ଆବଶ୍ୟକ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ ଦାବି ହେଉଛି।...