ସେଲ୍ଫି ନେବା ହେଲା କାଳ,ଅସାବଧାନତା ହେତୁ ଚାଲିଗଲା ଦୁଇଟି ଜୀବନ
ସୁନ୍ଦରଗଡ଼ : ରାଜଗାଙ୍ଗପୁର (ସୋମ୍ୟଜିତ ସ୍ୱାଇଁ ): ରାଜଗାଙ୍ଗପୁର ସ୍ଥିତ କାଂଶବାହାଲ ଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।ରାଉରକେଲାରୁ ୫ ଜଣ ସାଙ୍ଗ କାଂଶବାହାଲ ଡ୍ୟାମ ବୁଲିବା ପାଇଁ ଆସିଥିଲେ।ଡ୍ୟାମ ର ସୌନ୍ଦର୍ଯ୍ୟ କୁ ଉପଭୋଗ କରୁଥିବା ସମୟରେ ସେଲ୍ଫି ନେଉଥିଲେ।ସେଲ୍ଫି ନେବା ସମୟରେ ଅସାବଧାନତା ହେତୁ ଉଦିତ ନଗରର ବାସିନ୍ଦା ପ୍ରମୋଦ(୩୭) ପରିଡା ଓ ଡି ଏ ଭି ଗଳିର ବାସିନ୍ଦା ସୁମନ୍ତ ଦେ(୨୫) ପାଣି ଭିତରକୁ ଖସି ପଡ଼ିଥିଲେ। ଖବର ପାଇ ଅଗ୍ନି ଶ୍ରମ ବିଭାଗ ଓ ପୁଲିସ ସେଠାରେ ପହଞ୍ଚି ପାଣି ଭିତରୁ ଦୁଇ ଜଣକୁ ଉଦ୍ଧାର କରିଥିଲେ ।ଜଣକୁ ଆମ୍ବୁଲାନ୍ସ ଯୋଗେ ରାଉରକେଲା ଚିକିତ୍ସାଳୟ କୁ ନେବା ସମୟରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲେ।