କାର ବାଇକ୍ ମୁହାଁମୁହିଁ ,ବାଇକ୍ ଆରୋହି ମୃତ୍ୟୁ,,

Share on facebook Share on Twitter Share on Whatsapp Share on Linkedin

କେନ୍ଦୁଝର(ଉପେନ୍ଦ୍ର ସାହୁ) କାର ବାଇକି ମୁହାଁ ମୁହିଁ ଧକ୍କା ବାଇକି ଆରୋହି ମୃତ। କେନ୍ଦୁଝର ଜିଲ୍ଲା ୨୦ନଂ ଜାତୀୟ ରାଜପଥ ସୁଆଁପଦା ଛକ ନିକଟରେ ଆଜି ସକାଳ ସମୟରେ ଘସିପୁରା ଥାନା ଅନ୍ତର୍ଗତ ମଦନପୁର ପଞ୍ଚାୟତ ସଟତିରା ଗ୍ରାମର ବିନୋଦ ବିହାରୀ ସାହୁ(୫୦) ବାଇକି ଯୋଗେ ସୁଆଁପଦା ଛକ ଯାଉଥିବା ବେଳେ ସମୂଖରୁ ଆସୁଥିବା କାର ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ।ସଙ୍ଗେ ସଙ୍ଗେ ସ୍ତାନୀୟ ଲୋକମାନେ ବାଇକି ଆରୋହୀଙ୍କୁ ଗୁରୁତର ଅବସ୍ଥାରେ NHAI ଆମ୍ବୁଲାନ୍ସ ସହାୟତା ରେ ଆନନ୍ଦପୁର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରୀରଖିଛି।