ମାର୍ ମାର୍ ଭଣ୍ଡାରିଆ କୁ ମାର୍ ପରି କାର୍ଯ୍ୟ କରୁଛି ପୌରପାଳିକା

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼ , ରାଜଗାଙ୍ଗପୁର (ସୌମ୍ୟଜୀତ ସ୍ୱାଇଁ)ପୌରପାଳିକା ତରଫରୁ ବସଷ୍ଟାଣ୍ଡ ନିକଟରେ ଥିବା ଉଠା ଦୋକାନୀକୁ ରାସ୍ତା ପ୍ରଶସ୍ତି କରଣ ପାଇଁ ଉଠାଇଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକ ଉଠା ଦୋକାନୀଙ୍କୁ ଏପର୍ଯ୍ୟନ୍ତ ଜାଗା ମିଳିନାହିଁ ।ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଇନ୍ଦିରା ଛକ ରୁ ସୁବାଷ ଛକ ପର୍ଯ୍ୟନ୍ତ ଉଠା ଦୋକାନୀ କୁ ଦୋକାନ ଉଠାଇବା ପାଇଁ ପୌରପାଳିକା ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତା ପ୍ରଶସ୍ତିକରଣ ଓ ଜନଗହଳି ନିୟନ୍ତ୍ରଣ ପାଇଁ ପୌରପାଳିକା ତରଫରୁ ମାଛ ମାର୍କେଟ ନିକଟରେ ଥିବା ଅର୍ଦ୍ଧନିର୍ମିତ ଗୃହକୁ ଭଙ୍ଗାଯାଇଥିଲା ଓ ବସଷ୍ଟାଣ୍ଟ ଓ ଥାନା ସମ୍ମୁଖରେ ଉଠା ଦୋକାନୀକୁ ଉଠାଯାଇଥିଲା। କିଛି ଦୋକାନୀ ମାନଙ୍କୁ ବିକଳ୍ପ ବ୍ୟବସ୍ଥା ମିଳିଥିଲେ ମଧ୍ୟ ଅନ୍ୟ କିଛି ଜଣ ଏଥିରୁ ବଞ୍ଚିତ ହୋଇଛନ୍ତି।ଯାହା ଫଳରେ ସେମାନେ ପରିବାର ପ୍ରତିପୋଷଣ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଜୀବନ ଜୀବିକା ବାଧାପ୍ରାପ୍ତ ହେଉଛି ତେଣୁ ଏହି ବ୍ୟବସାୟୀ ମାନେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଲିଖିତ ଭାବେ ଜଣାଇଥିଲେ ।ଅଧିକାରୀ ବ୍ୟବସାୟୀ ମାନଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ। ବ୍ୟବସାୟ ବନ୍ଦ ଥିବାରୁ ଏମାନେ ଭୋକ ଉପାସରେ ଜୀବନ କାଟୁଛନ୍ତି। ଜାଗା ପାଇନଥିବା ଉଠା ଦୋକାନୀ ମାନଙ୍କ ପାଇଁ ପୌରପାଳିକା ତରଫରୁ କୌଣସି ପ୍ରକାରର ବ୍ୟବସ୍ଥା କରାଯାଇନାହିଁ ଓ ଯେଉଁମାନେ ଜାଗା ପାଇଛନ୍ତି ସେମାନେ ଆବଶ୍ୟକ ରୁ ଅଧିକା ଜାଗା ମାଡିବସିଛନ୍ତି ଏଥି ପ୍ରତି ପୌରପାଳିକାର ନଜର ନାହିଁ। ଗୋଟେ ସମସ୍ୟାର ସମାଧାନ ନକରି ଇନ୍ଦିରା ଛକରୁ ସୁବାସ ଛକ ପର୍ଯ୍ୟନ୍ତ ଉଠାଦୋକାନୀ ମାନଙ୍କୁ ଉଠାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ସହରରେ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ମାନେ ସରକାରୀ ଜମି ଦଖଲ କରିଥିଲେ ମଧ୍ୟ ସେମାନଙ୍କୁ ଘଣ୍ଟଘୋଡାଇ ରଖାଯାଉଛି।ସହରର ମୁଖ୍ୟ ରାସ୍ତାରେ ସ୍ଥାୟୀ ଭାବରେ ସରକାରୀ ଜମି ଦଖଲ କରି ବ୍ୟବସାୟ କରୁଛନ୍ତି ଓ ଅବାଧ ଗାଡିପାର୍କିଂ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ପଦକ୍ଷେପ ନିଆଯାଉନାହିଁ। କେବଳ ଗରିବ ଓ ନିରୀହ ଲୋକମାନଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛି।