ଓଡ଼ପଡ଼ା ଗ୍ରାମ ଶୋକାକୁଳ ସିଆରପିଏଫ ଯବାନଙ୍କୁ ତାଙ୍କ ନିଜ ଗ୍ରାମ ଓଡ଼ପଡାରେ ଗାର୍ଡ ଅଫ ହନର ଦିଆଯାଇଛି

Share on facebook Share on Twitter Share on Whatsapp Share on Linkedin

କେନ୍ଦୁଝର/ଆନନ୍ଦପୁର(ଉପେନ୍ଦ୍ର ସାହୁ)କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ଶାଳଦେଇ ପଞ୍ଚାୟତ ର ଓଡ଼ପଡ଼ା ଗ୍ରାମର ସିଆରପିଏଫ ଯବାନ ଅରୁଣ କୁମାର ପଣ୍ଡା ଙ୍କ ମୃତ୍ୟୁ ହେବାର ଖବର ଆସିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ସିଆରପିଏଫ୍ ଯବାନରେ ସୁଦୂର ଜାମ୍ମୁରେ କାର୍ଯ୍ୟରତ ଓଡପଡା ଗ୍ରାମର ଅରୁଣ କୁମାର ପଣ୍ଡାଙ୍କର ୫୨ ବର୍ଷ ବୟସରେ ଅକାଳ ବିୟୋଗରେ ସମସ୍ତେ ମର୍ମାହତ । ଗତ କିଛିମାସ ପୂର୍ବରୁ ଜାମ୍ମୁ ରେ ତାଙ୍କର ବ୍ରେନ ହାମ୍ରେଜ ହୋଇଯିବାରୁ ତାଙ୍କର ପରିବାର ତାଙ୍କୁ ସେଠାରୁ ନେଇ ଆସି ଭୁବନେଶ୍ୱରର ଆମ୍ରୀ ହସପିଟାଲରେ ଚିକିତ୍ସା କରୁଥିଲେ । ଦୀର୍ଘ ଦିନର ଚିକିତ୍ସା ଚାଲିଥିବା ସମୟରେ ଗତକାଲି ରାତିରେ ତାଙ୍କର ପରଲୋକ ହୋଇଯାଇଛି ।ଆଜି ତାଙ୍କର ପାର୍ଥିବ ଶରୀର କୁ ସ୍ୱତନ୍ତ୍ର ଗାଡ଼ି ରେ ଆଣିବା ପରେ ଏକ ସୁସଜ୍ଜିତ ଗାଡ଼ିରେ ଅରୁଣଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯିବା ସହ ସମ୍ମାନ ର ସହ ଗାର୍ଡ ଅଫ ହନର ଦିଆଯାଇଥିଲା। ଏହି ସମୟରେ ସିଆରପିଏଫ ଜବାନ ଏବଂ ରାମଚନ୍ଦ୍ରପୁର ପୋଲିସର କର୍ମଚାରୀ ଉପସ୍ଥିତ ଥିଲେ । ଏହି ଦୁଃଖଦ ଖବର ପାଇ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଶୋକ ପ୍ରକାଶ କରିଛନ୍ତି। ଖବର ପାଇ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ଘଷିପୁରା ବ୍ଲକ ବିଜେଡି ସଭାପତି ମନ୍ମଥ ରାଉତ, ଶାଳଦେଇ ସରପଞ୍ଚ ଙ୍କ ସହ ବହୁ ବୁଦ୍ଧିଜୀବୀ ଶେଷ ଦର୍ଶନ କରି ଶୋକାକୁଳ ପରିବାର ସମବେଦନା ଜଣାଇଛନ୍ତି। ଶେଷକୃତ୍ୟ ଶୋକାକୁଳ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି । ଶେଷକୃତ୍ୟ ସମୟରେ ପରିବାରବର୍ଗ ଉପସ୍ଥିତ ଥିଲେ ।