ଜାତିଆଣ ଭେଦଭାବ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

Share on facebook Share on Twitter Share on Whatsapp Share on Linkedin

ରାଜଗାଙ୍ଗପୁର(ସୌମ୍ୟଜୀତ ସ୍ୱାଇଁ)ରାଜଗାଙ୍ଗପୁରର ଇସଲାମ ଛକ ନିକଟରେ ରଜତ ଜୟପୁରିଆ ଓ ଭିକି ଗୌଡ଼ ନିଜ ଭଉଣୀ ବିବାହ ସାରି ଚା ପିଇବା ପାଇଁ ଇସଲାମ ଛକ କୁ ଆସିଥିଲେ।ଚା ପିଉଥିବା ସମୟରେ ସ୍ଥାନୀୟ କିଛି ୧୮ ଜଣ ମୁସଲିମ ସଂପ୍ରଦାର ଯୁବକ ମାନେ ଜାତିଗତ ପାର୍ଥକ୍ୟ ଦର୍ଶାଇ ଅସଲ ଭାଷାରେ ଗାଳିଗୁଲଜ କାରିବା ସହିତ ସଙ୍ଘବୋଧ ଭାବେ ଅତର୍କିତ ଆକ୍ରମଣ କରିଥିଲେ। ସେଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଯୁବକ ଦୁଇ ଜଣ ଥାନାର ଦ୍ଵାରସ୍ତ ହୋଇଥିଲେ ।ଖବର ପାଇ ବଜରଙ୍ଗ ଦଳର କର୍ମୀମାନେ ଥାନାରେ ପହଁଞ୍ଚିଥିଲେ। ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ଥାନାରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏସ ଡି ପି ଓ ଗୋକୁଳାନନ୍ଦ ସାହୁ ଓ ଥାନା ଅଧିକାରୀ ବିଭତ୍ସ ପ୍ରଧାନ ବଜରଙ୍ଗ ଦଳର କର୍ମୀ ମାନଙ୍କୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା। ପୋଲିସ ପକ୍ଷରୁ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ କରାଯାଇଛି । ଏହି ଘଟଣାରେ ପୋଲିସ ୫ ଜଣକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ସହରରେ ଚାପା ଉତ୍ତେଜନା ଦେଖିବାକୁ ମିଳୁଛି।