ରାଜଗାଙ୍ଗପୁର ୱାରିୟର୍ସ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ,୨୫ ୟୁନିଟ ରକ୍ତ ସଂଗ୍ରହ

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼ : ରାଜଗାଙ୍ଗପୁର(ସୌମ୍ୟଜୀତ ସ୍ୱାଇଁ) ସ୍ଥାନୀୟ ଧର୍ମଶାଳା ଠାରେ ରାଜଗାଙ୍ଗପୁର ୱାରିୟର୍ସ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ଓ ଏଥିରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର କରିବା ପାଇଁ ଏହା ହେଉଛି ଏକ ସଫଳ ପ୍ରୟାସ ।ରକ୍ତ ଦାନ ଶିବିରରେ ଦିକ୍ସା ଗୁପ୍ତା ଓ ମୁସକାନ ଗାର୍ଗ ପ୍ରଥମ ଥର ପାଇଁ ରକ୍ତ ଦାନ କରିଥିଲେ। ଏହି ଦୁଇ ଜଣକୁ ଉତ୍ସାହିତ କରିବା ପାଇଁ ସେମାନଙ୍କର ପିତା ରାଜେଶ ଗୁପ୍ତା ଓ ରାଜେଶ ଅଗ୍ରୱାଲ ମଧ୍ୟ ରକ୍ତ ଦାନ କରିଥିଲେ ।ଅନ୍ୟ ୫ ଜଣ ମହିଳା ମଧ୍ୟ ରକ୍ତ ଦାନ କରି ଅନ୍ୟ ମାନଙ୍କର ପ୍ରେରଣାର ଉତ୍ସ ହୋଇଥିଲେ। କରୋନା ମହାମାରୀର ପ୍ରଥମ ଦିନରୁ ରାଜଗାଙ୍ଗପୁର ୱାରିୟର୍ସ ସହରର ବାସୀ ଙ୍କୁ ନିଃସ୍ୱାର୍ଥପର ଭାବେ ସେବା ଯୋଗାଇବାରେ ଲାଗିଛି। ଏହି ଶିବିରରେ ଥାନା ଅଧିକାରୀ ବିବତ୍ସ ପ୍ରଧାନ,କମଲ ଅଗ୍ରୱାଲ ,ଶଙ୍କର ସିଂ,ରାଜେନ୍ଦ୍ର ବେହେରା,ଡକ୍ଟର ସରୋଜିନୀ ସାହୁ,ଆଶିଷ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।