40 ବର୍ଷରେ ପଦାର୍ପଣ କରିଛନ୍ତି ମହେନ୍ଦ୍ର ସିଂ ଧୋନି, ତାଙ୍କରି ଜନ୍ମଦିନ କୁ ଧୂମଧାମ ସହ ପାଳନ କଲେ ତାଙ୍କ ଫ୍ୟାନ
ବ୍ରହ୍ମପୁର ( ସ୍ୱସ୍ତିକ ବ୍ୟୁରୋ ) କ୍ରିକେଟ ଜଗତରେ କେବଳ ଧୋନିଙ୍କ ନାମ ହିଁ କାଫି । କମ ସମୟରେ କ୍ରିକେଟରେ ଏକ ରେକର୍ଡ କରି ଦୁନିଆରେ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଭାରତୀୟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଝାଡଖଣ୍ଡ ପୁଅ ମହେନ୍ଦ୍ର ସିଂ ଧୋନି । 1981 ମସିହା ଆଜିର ଦିନରେ ଝାଡଖଣ୍ଡର ପାନ ସିଂ ଧୋନି ଓ ଦେବକୀ ଦେବୀଙ୍କ କୋଳରେ ଜନ୍ମ ହୋଇଥିଲେ ଧୋନି । ଏକ ମଧ୍ୟବିତ ପରିବାରରେ ଏହି କ୍ରିକେଟରଙ୍କ ଜନ୍ମ l ଆଜି ଧୋନି ୪୦ ବର୍ଷରେ ପାଦ ଦେଇଛନ୍ତି | ଏହି ଅବସରରେ ବିଭିନ୍ନ ଅଂଚଳରେ ଧୋନିଙ୍କ ଫ୍ୟାନମାନେ ଧୋନିଙ୍କ ଜନ୍ମଦିନକୁ ବେଶ ଧୁମ ଧାମରେ ପାଳନ କରୁଛନ୍ତି | କେକ୍ କାଟିବା ସହ ଧୋନିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି l ସେହିପରି ଭାବେ ବ୍ରହ୍ମପୁରରୁ ଶିବ ପ୍ରସାଦ ପାତ୍ର ଓ ସଂଗ୍ରାମ ରାଉଳ ଏବଂ ତାଙ୍କ ସାଙ୍ଗମାନେ ଉତ୍ସାହ ସହ କେକ୍ କାଟି ଶୁଭେଚ୍ଛା ଜଣାଇ ଧୋନିଙ୍କ ଜନ୍ମଦିନକୁ ପାଳନ କରିଛନ୍ତି |କ୍ରିକେଟ ଜଗତର ଅନ୍ୟତମ ସଫଳ କ୍ୟାପଟେନ ମାହି । ଜନ୍ମଦିନ ଅବସରରେ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ