ସାମାଜିକ ଦୂରତା ରକ୍ଷା ନ କରି ଅସହାୟ ଓ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ବ୍ରହ୍ମପୁର ବିଧାୟକ ଓ ସାଂସଦ

Share on facebook Share on Twitter Share on Whatsapp Share on Linkedin

ସ୍ୱସ୍ତିକ ବ୍ୟୁରୋ : ବ୍ରହ୍ମପୁର-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ କରୋନା ଠାରୁ ଓଡିଶା କୁ ମୁକ୍ତ କରିବା ଲାଗି କୋଟି କୋଟି ଟଙ୍କା ବ୍ୟୟ କରି କୋଭିଡ ହସ୍ପିଟାଲ ତିଆରି କରି ଉନ୍ନତ ଚିକିତ୍ସା ପାଇଁ ସମସ୍ତ ସେବା ସହ ଡାକ୍ତର ନିୟଜୀତ କରିଛନ୍ତି ତାହା ସହ ରାଜ୍ୟର ବହୁ ହସ୍ପିଟାଲରେ ଅକ୍ସୀଜେନ ଅଭାବ କୁ ନଜର ରଖି ଅକ୍ସୀଜେନ ପ୍ଲାଣ୍ଟ ନିର୍ମାଣ କରିଛନ୍ତି କିନ୍ତୁ କରୋନା ଏକ ସଂସ୍ପର୍ଶ ଜନିତ ରୋଗ କରୋନା ରୋଗୀର ସଂସ୍ପର୍ଶରେ କୌଣସି ବ୍ୟକ୍ତି ଆସିଲେ ସେ ବି କରୋନା ସଂକ୍ରମିତ ହୋଇଯିବ।ତେଣୁ ଏହାକୁ ରୋକିବା ଲାଗି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବାସୀଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରୁଛନ୍ତି। ଏହି ପରି ହେଲେ କରୋନା ହାରିବ ଓ ଓଡିଶା କରନା କବଳରୁ ମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।ମୁଖ୍ୟମନ୍ତ୍ରୀ ଙ୍କ ନିବେଦନ କୁ 5 ଟି ସଚିବ ଜନସାଧାରଣ ଙ୍କୁ କୋଭିଡ ନିୟମା ବଳି ମାନିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାପାଳ ଜନସାଧାରଣଙ୍କୁ କୋଭିଡ ନିୟମକୁ ମାନିବା ପାଇଁ ହାତ ଯୋଡି ଅନୁରୋଧ କରିଛନ୍ତି।କିନ୍ତୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ କୋଭିଡ ନିୟମ କୁ ଖୁଲମ ଖୁଲା ଉଲଘଂନ କରୁଛନ୍ତି ଶାସକ ଦଳର ନେତା ଓ କର୍ମୀମାନେ।ଗତ 15,06,21 ଦିନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ବିଜେଡି ଦଳର କିଛି କର୍ମକର୍ତ୍ତା ଙ୍କୁ ନେଇ ବ୍ରହ୍ମପୁର ବଡ଼ ମେଡିକାଲ ପରିସର ଭିତରେ ରୋଗୀ ସମ୍ପର୍କୀୟ ଶହ ଶହ ଲୋକଙ୍କୁ କୋଭିଡ ନିୟମ ଉଲଘଂନ କରି ଏକାଠି କରି ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ,ବିଧାୟକଙ୍କ ତତ୍ୟବଧାନରେ ଓଡିଶା ମୋ ପରିବାର ପକ୍ଷରୁ ଅଯୋଧ୍ୟା ନଗର 34 ନ°ୱାର୍ଡରେ 430 ପକେଟ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ସେଠି ମଧ୍ୟ କୋଭିଡ ନିୟମ ଅନୁଯାୟୀ କୌଣସି କାର୍ଯ୍ୟ ଦେଖିବାକୁ ମିଳିନଥିଲା ସେହିପରି 21,06,21ତାରିଖ ସକାଳ 10.30 ମିନିଟରେ ଅଯୋଧ୍ୟା ନଗର କଲ୍ୟାଣି ମଣ୍ଡପ ଓ 11 ଘଣ୍ଟ ସମୟରେ ବର୍ଦ୍ଧବାରି ସାହି ଓ ପୁରୁଣା ନାଇଡୁ ହସ୍ପିଟାଲ ନିକଟରେ ଶୁଖିଲା ଖାଦ୍ୟ ମାନ୍ୟବର ସାଂସଦ ଓ ବିଧାୟକଙ୍କ ଦ୍ଵାରା ପ୍ରାୟ 700 ପକେଟ ଲୋକଙ୍କୁ ବଣ୍ଟନ କରାଯାଇଥିଲା।ସେଠି ମଧ୍ୟ ଖୁଲମ ଖୁଲା କୋଭିଡ ନିୟମ କୁ ଉଲଘଂନ କରିବାର ଦେଖିବାକୁ ମିଳିଥିଲା।ମାନ୍ୟବର ମୁଖ୍ୟମନ୍ତ୍ରୀ ସାରା ଓଡ଼ିଶାବାସୀଙ୍କୁ ମୋ ପରିବାର କହି ନିଃସ୍ୱାର୍ଥପର ଭାବେ ପରିବାରର କୌଣସି ବ୍ୟକ୍ତି ଯେମିତି କରୋନାର ଗ୍ରାସରେ ନ ପଡିବ ସେଥି ଲାଗି ସଭା ସମିତି, ପୂଜା ପାଠ, ଦେବାଳୟ ବନ୍ଦ କରିଛନ୍ତି, ଏହି ପରି କି ବିଶ୍ୱ ପ୍ରସିଦ୍ଧ ଓଡ଼ିଶାର ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ବିନା ଭକ୍ତରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପିପିଲି ନିର୍ବାଚନ ମଧ୍ୟ ଲୋକଙ୍କ ଜୀବନ କୁ ଆଖି ଆଗରେ ରଖି ସ୍ଥଗିତ ରଖିଛନ୍ତି।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟ କୁ ସଫଳ କରିବା ଲାଗି 5 ଟି ସଚିବ ସାରା ରାଜ୍ୟରେ ବିଭିନ୍ନ ନିୟମ ଜାରି କରି ଓଡିଶାକୁ କରୋନା ମୁକ୍ତ କରିବା ପାଇଁ ତତ୍ପରେ ହୋଇଛନ୍ତି।ଗଂଜାମ ଜିଲ୍ଲାପାଳ ବାରମ୍ବାର ତାଗିଦ କରିବା ସତ୍ୱେ ବ୍ରହ୍ମପୁର ବିଧାୟକ ଓ ସାଂସଦ ନିଜେ ଉପସ୍ଥିତ ରହି କୋଭିଡ ନିୟମ କୁ ଉଲଘଂନ କରୁଥିବା ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା କରାଯାଉଥିବା ଶୁଣିବାକୁ ମିଳୁଛି।ମାନବ ସେବା ହିଁ ମାଧବ ସେବା ଏହାର ଅର୍ଥ ଏହା ନୁହଁ କି ଲୋକଙ୍କ ଦୁର୍ଦ୍ଦଶା ସମୟରେ ସେମାନଙ୍କୁ ରନ୍ଧା ଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ବଣ୍ଟନ କରି ଆତ୍ମ ପ୍ରଚାର ପ୍ରସାର ପାଇଁ ନିରୀହ ସାଧାରଣ ଲୋକଙ୍କ ଜୀବନ କୁ ମୃତ୍ୟୁ ମୁଖ କୁ ଟାଣି ନେଉଛନ୍ତି ବୋଲି ଜ୍ଞାନୀଗୁଣୀମାନେ ମତ ପ୍ରକାଶ କରିଛନ୍ତି।ଯେଉଁଠି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଃସ୍ୱାର୍ଥପର ଭାବେ ଓଡିଶା ବାସୀଙ୍କ ସେବା କରି ଚାଲିଛନ୍ତି ସେଠି ବ୍ରହ୍ମପୁର ବିଧାୟକ ଓ ସାଂସଦ ତାଙ୍କ କର୍ତ୍ତବ୍ୟ ପ୍ରତି ଅବହେଳିତ ରହିବାର ମାନେ କଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।