ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୁରାଣ ପାଇଁ ଧାରଣା,,

Share on facebook Share on Twitter Share on Whatsapp Share on Linkedin

କେନ୍ଦୁଝର/ଆନନ୍ଦପୁର(ଉପେନ୍ଦ୍ର ସାହୁ) ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଖାଲିପଡିଥିବା ଡାକ୍ତର ପଦବୀ ପୂରଣ ପାଇଁ ଧାରଣା । ଆଜି ବାରିଗାଁ ମା ଧନେଇ ସେବା ସଂଘ ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ।ଏଥିରେ ମା ଧନେଇ ସେବାସଂଘର ସଭାପତି ବିଷ୍ଣୁ ପ୍ରସାଦ ବାରିକଙ୍କ ତତ୍ତ୍ୱାବଧନରେ ଏହି ଆନ୍ଦୋଳନ ଚାଲିଛି ଏଥିରେ ସଂଘର ଉପଦେଷ୍ଟା ନାରାୟଣଙ୍କ ସମେତ ମା ଧନେଇ ସେବା ସଂଘର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ମୋଟ ୨୦ ଟି ଡାକ୍ତର ପଦବୀ ଥିବା ବେଳେ ବର୍ତମାନ ୧୧ ଜଣ ଡାକ୍ତର ଅଛନ୍ତି । ଏହି ଉପଖଣ୍ଡ ଚିକିତ୍ସାଳୟ ଉପରେ କେବଳ ଆନନ୍ଦପୁର ର ଜନସାଧାରଣ ନୁହେଁ ପଡୋଶୀ ମୟୁରଭଂଜ, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ର ଜନସାଧାରଣ ନିର୍ଭର କରିଥାନ୍ତି । ଆନନ୍ଦପୁର ଉପଖଣ୍ଡ ଦେଇ ୨୦ ନଂ ଜାତୀୟ ରାଜପଥ ଯାଇଥିବା ଯୋଗୁଁ ପ୍ରତିଦିନ ଦୂର୍ଘଟଣା ଘଟିଥାଏ । ଫଳରେ ପ୍ରତିଦିନ ଅନେକ ଲୋକ ଉପଖଣ୍ଡ ଚିକିତ୍ସାଳୟକୁ ଆସିଥାନ୍ତି । ଫଳରେ ସାମାନ୍ୟ ଆହତ ଙ୍କୁ ମଧ୍ୟ ସୁଦୁର କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଏ । ସାଧାରଣ ଲୋକ ଟିଏ ପଇସା ଅଭାବରୁ ଚିକିତ୍ସା ନ ପାଇ ମୃତ୍ୟୁ ବରଣ କରିଥାଏ । ଅନ୍ୟ ପକ୍ଷରେ ସରକାର ଙ୍କ ପକ୍ଷରୁ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇଦେଥିଲେ ମଧ୍ୟ ତାହା ଲୋକ ଙ୍କ ବ୍ୟବହାର ରେ ଆସୁନାହିଁ । ଉପଖଣ୍ଡ ଚିକିତ୍ସାଳୟର ଏହି ସମସ୍ୟା ଆଜି ର ନୁହେଁ । ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିବାରୁ ଧନେଇ ସେବା ସଂଘ ପକ୍ଷରୁ ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ । ଏଠାକାର ଅଧୀକ୍ଷକ ଛୁଟି ଏବଂ ବୈଠକର ବାହାନା ଦେଖାଇ ଅନେକ ସମୟରେ ଚିକିତ୍ସାଳୟରେ ଅନୁପସ୍ଥିତି ରହୁଥିବା ସଂଘର ସଭାପତି ବିଷ୍ଣୁ ପ୍ରସାଦ ବାରିକ ଅଭିଯୋଗ କରିଛନ୍ତି । ଏଥିରେ ବହୁ ସଂଖ୍ୟାରେ ଲୋକମାନେ ସହଯୋଗ କରିଥିବା ଦେଖିବାକୁ ମିଳିଛି ।।