ଖ୍ରୀଷ୍ଟିଆନ ଝିଅ ବୋଲି କହିବାରୁ, ସେ ଆଜି ଗଣମାଧ୍ୟମକୁ ଡାକି ଏକ ସାକ୍ଷାତକାର

Share on facebook Share on Twitter Share on Whatsapp Share on Linkedin

କଳାହାଣ୍ଡି ( ମୋହନ ସାଗର ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଲପୁର ଗ୍ରାମ ପଞ୍ଚାୟତ କୁପୁରମାଳ ଗ୍ରାମର ମହେଶ୍ୱର ନାଗ ଙ୍କ ଝିଅ ସବିତା ନାଗ ମଙ୍ଗଲପୁର ପଞ୍ଚାୟତର ଘେନୁଗୁଡା ଗ୍ରାମର ଅନନ୍ତ ନାଏକଙ୍କୁ ବିବାହ କରିଛନ୍ତି, ଗାଁରେ ସମସ୍ତେ ଖ୍ରୀଷ୍ଟିଆନ ଝିଅ ବୋଲି କହିବାରୁ, ସେ ଆଜି ଗଣମାଧ୍ୟମକୁ ଡାକି ଏକ ସାକ୍ଷାତକାର ଦେଇଛନ୍ତି। ମୁଁ ଜଣେ ହିନ୍ଦୁ ଝିଅ, ହିନ୍ଦୁ ପୁଅକୁ ବାହା ହେଲା ପରେ ମୁଁ ଶାଶୂ ଘରେ ହିନ୍ଦୁଧର୍ମରେ ପରିଣତ ହେଲି, ମୁଁ ମୋର ସ୍ୱାମୀ ଙ୍କ ସହିତ ହିନ୍ଦୁଧର୍ମର ରିତି ନୀତିକୁ ପାଳନ କରୁଛି, ବର୍ତ୍ତମାନ ମୁଁ ଗଣମାଧ୍ୟମ ଆଗରେ ସ୍ୱୀକାର କରି ପ୍ରମାଣିତ କରୁଛି ମୁଁ ସବିତା ନାଗ,ସ୍ୱାମୀ - ଅନନ୍ତ ନାଏକ ଗ୍ରାମ ଘେନୁଗୁଡା ହିନ୍ଦୁ ବୋଲି ।