ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଧାରଣାରେ ବସିଲେ ଯୁବତୀ

Share on facebook Share on Twitter Share on Whatsapp Share on Linkedin

କେନ୍ଦୁଝର : ଆନନ୍ଦପୁର (ଉପେନ୍ଦ୍ର ସାହୁ)ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଜଳସରପୁର ଗ୍ରାମର ଜଣେ ଯୁବତୀ ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଚଳିତ ମାସ ୧୩ ତାରିଖରେ ଗାଁର ପ୍ରଫୁଲ୍ଲ ଜୋନାଙ୍କ ପରିବାର ଉପରେ ସେହି ଗ୍ରାମର ଅନ୍ୟ ଏକ ପରିବାର ଘରେ ପଶି ଆକ୍ରମଣ କରିଥିଲେ । ଏହି ଘଟଣାର ପ୍ରଫୁଲ୍ଲଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇ କଟକ ବଡମେଡିକାଲରେ ଚିକିତ୍ସିତ ହୋଇଥିଲେ । ଆକ୍ରମଣ ସମ୍ପର୍କରେ ନନ୍ଦିପଦା ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ଆନ୍ତରିକତା ଦେଖାଉନଥିବାରୁ ଅଭିଯୁକ୍ତମାନେ ଖୋଲା ବୁଲୁଛନ୍ତି । ପୋଲିସର ଏଭଳି ମନଭାବ ଯୋଗୁଁ ଅଭିଯୁକ୍ତମାନେ ଅଧିକ ସାହସ ପାଇ ଓଲଟା ପୀଡିତ ପରିବାରକୁ ଧମକଚମକ ଦେବାରୁ ପୀଡିତ ପ୍ରଫୁଲ୍ଲଙ୍କ ପରିବାର ଗାଁରେ ଚଳିବା ମୁସ୍କିଲ ହୋଇଯାଇଛି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଝିଅ ଚମ୍ପାବତୀ ଆଜି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଧାରଣାରେ ବସିଛନ୍ତି । ସେପଟେ ପୋଲିସ ଏହି ଘଟଣାରେ କୌଣିସ ପ୍ରତିକ୍ରିୟା ଦେବାକୁ ମନା କରିଛି । ଉପଜିଲ୍ଲାପାଳ ଏହି ଘଟଣାରେ ହସ୍ତକ୍ଷପକରି ନ୍ୟାୟ ପ୍ରଦାନ ପାଇଁ ଦାବି ହୋଇଥିବାବେଳେ ଉପଜିଲ୍ଲାପାଳ କାର୍ଯ୍ୟାଳରେ ଅନୁପସ୍ଥିତ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ ।