ଯୁବତୀଙ୍କୁ ଜିଅନ୍ତା ଜାଳିଦେଲା ପ୍ରେମିକ
ସ୍ୱସ୍ତିକ ବ୍ୟୁରୋ : ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁରରେ ପ୍ରମିକାକୁ ପୋଡି ମାରିବା ଘଟଣା। ମୃତ ଯୁବତୀଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇଛି। ପରିବାର ଲୋକେ ଆସି ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ସହ ପଞ୍ଚନାମା କରାଯାଇଥିଲା। ଗତ 15 ଦିନ ହେଲା ଯୁବତୀ ଜଣକ ମୁଜାଗଡର ଏକ ମେଡିକାଲରେ ଲ୍ୟାବ ଟେକନିସିଆନ ଭାବେ କାମ କରୁଥିଲେ। ତେବେ ସେ କେବେ ପ୍ରତାପୁର ଆସିଛନ୍ତି ସେ ନେଇ ପରିବାର ଲୋକେ କିଛି ଜାଣିନାହାନ୍ତି। ପୂର୍ବରୁ ବହୁ ବାର ଶୁଭସ୍ମିତାଙ୍କୁ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ବାପା। ଦୀର୍ଘ ଦିନ ଧରି ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ତେବେ ଏଭଳି ଅମାନବୀୟ ଭାବେ ଶୁଭସ୍ମିତାଙ୍କୁ ମାରିଥିବା ଯୋଗୁଁ ଯୁବକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ତାଙ୍କ ବାପା।