କଳା ବ୍ୟାଚ ପରିଧାନ କଲେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ଲାବ୍ରଟୋରୀ ଟେକିନିସିଆନ୍,,
ଆନନ୍ଦପୁର(ଉପେନ୍ଦ୍ର ସାହୁ):କେନ୍ଦୁଝର ଜିଲ୍ଲା ଲାବ୍ରୋଟୋରୀ ଟେକିନିସିଆନ୍ ସଂଘର ଡ଼ାକରାରେ ପୂର୍ବ ନିଧରିତ ଯୋଜନା ଅନୁଯାୟୀ ଆଜି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ କାଯ୍ୟରତ ସମସ୍ତ ଲାବ୍ରୋଟୋରୀ ଟେକିନିସିଆନ୍ ମାନେ କଳାବ୍ୟାଚ ପରିଧାନ କରିଛନ୍ତି। ଟେକିନିସିଆନ୍ ମାନଙ୍କର ଦରମା ପଦୋନତି ଭଳି ଦଶଦଫା ସମ୍ବଳିତ ଦାବି ବିଭାଗୀୟ ଅଧିକାରୀଙ୍କ ଜରିଆରେ ସରକାରଙ୍କୁ ଅବଗତ କରାଯାଇଥିଲା । ହେଲେ ସେ ସବୁ ଦାବି ପୂରଣ ଦିଗରେ ବିଭାଗୀୟ କତ୍ତୃପକ୍ଷ କର୍ଣ୍ଣପାତ କରୁନଥିବାରୁ ସଂଘ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ଜଣାଯାଇଛି । ତେବେ ଖୁବ ଶୀଘ୍ର ଏ ଦିଗରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୌଣସି ଫୋସ୍ ପଦକ୍ଷେପ ଗ୍ରହଣ ନହେଲେ ଆଗାମୀ ଦିନରେ ଲାବ୍ରୋଟୋରୀ ଟେକିନିସିଆନ୍ ମାନେ ଏହି ଆନ୍ଦୋଳନ କୁ ବ୍ୟାପକ ରୂପ ଦେବା ପାଇଁ ସଜବାଜ ହେଲେଣି । ଆଜି କଳାବ୍ୟାଚ ପରିଧାନ କରିଥିବା ଲାବ୍ରୋଟୋରୀ ଟେକିନିସିଆନ୍ ମାନେ ତଥା ମିତାଞ୍ଜଳି ସାହୁ, ସୁଦର୍ଶନ ବେହେରା, ତପସିନୀ ସାହୁ, ହଡିବନ୍ଧୁ ସାହୁ, ଦୀନବନ୍ଧୁ ପଣ୍ଡା ପ୍ରମୁଖ କଳା ବ୍ୟାଚ ପିନ୍ଧିଛନ୍ତି ।।