ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼ : ହେମଗିରି ( ଅବଦୁଲ ଅଜିଜ ) ଗତ କିଛି ଦିନ ପୂର୍ବରୁ ଜୈନିକା ନାବାଳିକାକୁ ଯୈନ ଉତ୍ପୀଡନ ଘଟଣା ପରେ ଆଜି ପୁଣି ଆଉ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତା ନାବାଳିକା ର ମାଁ ର ଥାନାରେ ଲିଖିତ ଏତାଲା ଅନୁସାରେ ଆଜି ସକାଳ ପ୍ରାୟ ୯ ଟାରେ ସ୍ବାମୀ କାମକୁ ବାହାରିବା ପରେ ମହିଳା ଓ ତାଙ୍କ ଏଗାର ବର୍ଷିୟା ଝିଅ ଘରେ ଥିଲେ। କୈଣସି କାମରେ ମହିଳା ଜଣକ ପାଖ ପଡେ଼ାଶୀଙ୍କ ଘରକୁ ଯାଇଥିବା ବେଳେ ଅଭିଯୁକ୍ତ ଜିତେନ ଲୋହାର,୨୬ ଘର ଗିରିସୀମା  ତାଙ୍କ ଘରେ ପଶି ଏକୁଟିଆ ଥିବା ନାବାଳିକା ର କପଡା ଖୋଲି ଟଣାଓଟରା କରିଥିଲା। ଭୟରେ ନାବାଳିକା ଜଣକ ଜୋରରେ ଚିତ୍କାର କରିବାରୁ ପଡୋଶୀ ଘରକୁ ଯାଇଥିବା ତା ମାଁ ଓ ଅନ୍ୟ ପଡୋଶୀ ମାନେ କଣ ହେଲା ବୋଲି ଦୈାଡି ଆସିଥିଲେ। ଏମାନଙ୍କୁ ଦେଖି ଅଭିଯୁକ୍ତ ଜିତେନ ଫେରାର ହୋଇଯାଇଥିଲା। ଏତଲା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଫେରାର ଅଭିଯୁକ୍ତକୁ ଗିରଫ କରିଛି।...