କାର ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲେ ବିଜେଡି ଉପସଭାପତି ମଙ୍ଗଳା କିଶାନ

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼: ରାଜଗାଙ୍ଗପୁର : (ସୌମ୍ୟଜୀତ ସ୍ୱାଇଁ) କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁରବାହାଲ ଠାରେ ଆଜି ସଂଧ୍ୟାରେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଶାନ ଲାଇଙ୍ଗ ରେ ଫୁଟବଲ ମ୍ୟାଚ ଓ ଜରୁରୀ କାର୍ଯ୍ୟରେ ରାଜଗାଙ୍ଗପୁର ରୁ ନିଜ ଘରକୁ ଫେରୁଥିବା ବେଳେ ଖତକୁରବାହାଲ ଠାରେ ତାଙ୍କ କାରକୁ ଏକ ଟିପର ଧକ୍କା ଦେଇଥିଲା । ଫଳରେ ସେ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ଦୁର୍ଘଟଣା ଘଟାଇ ଥିବା ଟିପର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଏହି ଘଟଣା ଘଟିଲା ପରେ କିଛି ସମୟ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ୍ ଖବର ପାଇ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ କରିବା ସହ ଟିପର ଟିକୁ ଧରିବା ପାଇଁ ଚେଷ୍ଟା ଚଳାଇଛି । ତେବେ ମଙ୍ଗଳା କିଶାନ ଙ୍କ ସାଙ୍ଗରେ ରାଜଗାଙ୍ଗପୁର ବ୍ଲକ ବିଜେଡି ସଭାପତି ରାମଚନ୍ଦ୍ର କୁଜୁର ମଧ୍ୟ ଉପସ୍ଥିତ ଥିଲେ ।