ଲେବଲ କ୍ରସିଂ ପାର ହେବା ହେଲା କାଳ, ହଳଦିଆପଦର ଗାଁରେ ଲେବଲ କ୍ରସିଂରେ ଘଟିଛି ଅଘଟଣ

Share on facebook Share on Twitter Share on Whatsapp Share on Linkedin

ବ୍ରହ୍ମପୁର: (ସ୍ୱସ୍ତିକ ବ୍ୟୁରୋ ) ହଳଦିଆ ପଦର ଲେବଲ କ୍ରସିଂ ରେ ନିକଟରେ ଧକ୍କା ଦେଇଛି ଟ୍ରେନ l ଲେବଲ କ୍ରସିଂ ପାର ବେଳେ ଅଘଟଣ l ସେପଟେ ମୃତକଙ୍କ ପରିଚୟ ମିଳିପାରିନି, ଜିଆରପି ତଦନ୍ତ l ବିଶାଖା ଟାଟାନଗର ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନ୍ୟ ୫ ଜଣ । ଗତକାଲି ରାତି ୧୧ଟାରେ ୮ ଜଣ ନିଜର କିଛି ଜିନିଷ ଧରି ଟ୍ରେନ ଟ୍ରାକ୍‌ରେ ଯାଉଥିବା ବେଳେ ପଛପଟୁ ଆସୁଥିବା ବିଶାଖା ଟାଟା ନଗର ଟ୍ରେନ ଧକ୍କା ଦେଇଥିଲା । ଅପରପାର୍ଶ୍ୱରୁ ଟ୍ରେନ ଆସୁଥିବାବେଳେ ଭୁଲ ବସତଃ ଲେବଲ କ୍ରଂସି ପାର ହେଉଥିଲେ ଏହି ଶ୍ରମିକମାନେ । ଯାହା ଫଳରେ ଟ୍ରେନଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଜିଆରପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ମିଳିପାରିନି l ସମସ୍ତେ