ମୗଳାଭଣଜା ବ୍ରିଜତଳୁ ଗଳିତ ଶବ ଉଧାର ଦିଗପହଣ୍ଡି ପୋଲିସ ଥାନା ଅଧିନ ଜାତିୟ ରାଜପଥ

Share on facebook Share on Twitter Share on Whatsapp Share on Linkedin

ଦିଗପହଣ୍ଡି : ଭୀଷ୍ମଗିରି ( ନୃସିହଁ ରଞ୍ଜନ ବେହେରା )ବ୍ରହ୍ମପୁର ରାୟଗଡା ମୁଖ୍ୟ ରସ୍ତାର ମୌଳାଭଣଜା ବ୍ରିଜ ତଳୁ ଏକ ଗଳିତ ଶବକୁ ଉଧାର କରିଛି ଦିଗ ପହଣ୍ଡି ପୋଲିସ। ଗଳିତ ଶବଟି ଏକ ସ୍ତ୍ରି ଲୋକର ହୋଇଥିବା ବେଳେ ପରିଚୟ ଏଯାଏଁ ପାଇନି ଦିଗପହଣ୍ଡି ପୋଲିସ। ସୋମବାର ସକାଳ ସମୟରେ କିଛି ଲୋକ ନଦିତଳର ମାଟି ରୋଡରେ ସ୍ନାନଶୌଚକୁ ଯିବା ବେଳେ ପୋଚାଶଢା ବାସନା ଅନୁଭୁତିହୋଇଥିଲା। ତେବେ କେଉଁଠି କଣ ହୋଇଛି ବୋଲି ସେମାନେ ଦେଖିଥିଲେ। ତୁଣ୍ଡ ବାଇଦ ଶହସ୍ର କୋଶ ଏହି କଥା ଦିଗପହଣ୍ଡି ପୋଲିସ କୌିଣସି ସୁତ୍ର ରୁ ଯାଣିପାରି ଘଟଣା ସ୍ଥଲକରେ ପହଞ୍ଚି ଥିଲେ। ସେଠାରେ ପୋଲିସ ଅଧିକାରି ବସନ୍ତ ସେଠି ଏବଂ ମାଧବ ଚନ୍ଦ୍ର ଟାକରଙ୍କ ସହିତ ନିଜର ଟିମ ନେଇ ପହଞ୍ଚି ଥିଲେ। ସେଠାରେ ଶବକୁ ଠାବ କରିଥିବା ବେଳେ ମୃତକର ପରିଚୟ ପାଇନଥିବା ଯଣା ପଡିଛି। କଡାକଡି ଯାଞ୍ଚପରେ ପ୍ରକୃତ ପରିଚୟ ମିଳିବ ବୋଲି ଏସ ଡି ପି ଓ ସୁଚନାଦେଇଛନ୍ତି।ପାଦର ଆଙ୍ଗୁଠିରେ ମୁଦି ଦେଖି ମୃତକ ଜଣକ ଏକ ବିବାହିତ ମହିଳା ଏବଂ ଆନୁମାନିକ ବୟଷ କୋଡିଏ ରୁ ପଚିଶ ବର୍ଷ ହେବ ବୋଲି କହିଛନ୍ତି ଚିକିଟି ଏସ ଡି ପି ଓ । ଶବକୁ ଜବତ ପରେ ବ୍ୟବଛେଦ ନିମନ୍ତେ ପଠାଇଥିବା ଜଣା ପଡିଛି।