ଜାଣନ୍ତୁ. ସେପ୍ଟେମ୍ବର ମାସର ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି ଏସଆରସି । ହଟିଲା ସପ୍ତାହାନ୍ତ ସଟଡାଉନ୍ । ବଦଳିଲା ନାଇଟ୍ କର୍ଫ୍ୟୁ ସମୟ

Share on facebook Share on Twitter Share on Whatsapp Share on Linkedin

ଭୁବନେଶ୍ୱର: ( ସ୍ୱସ୍ତିକ ବ୍ୟୁରୋ ) ସେପ୍ଟେମ୍ୱର ମାସ ପାଇଁ କୋଭିଡ ଗାଇଡଲାଇନ୍ ଘୋଷଣା କଲେ ରାଜ୍ୟ ସରକାର । ଅକ୍ଟୋବର ସକାଳ ୬ ଘଣ୍ଟା ଯାଏଁ ବଳବତ୍ତର ରହିବ ଏହି କଟକଣା । ନୂଆ ଗାଇଡଲାଇନ୍ ଅନୁଯାୟୀ ରାଜ୍ୟର କୌଣସି ସ୍ଥାନରେ ରହିବ ନାହିଁ ସପ୍ତାହାନ୍ତ ସଟଡାଉନ୍ । ପୌରାଞ୍ଚଳମାନଙ୍କରେ ରାତ୍ରୀକାଳୀନ କର୍ଫୁ ରାତି ୧୦ଟାରୁ ସକାଳ ୫ଯାଏଁ ବଳବତ୍ତର ରହିବ । ସକାଳ ୫ରୁ ରାତି ୧୦ ଭିତରେ ସମସ୍ତ ଶିଳ୍ପାନୁଷ୍ଠାନ, ଦେକାନ ବଜାର ଖୋଲା ରହିବ । ଧାର୍ମିକ, ରାଜେନୈତିକ ଓ ସାମାଜିକ ସମାବେଶ ଉପରେ କଟକଣା ପୂର୍ବଭଳି ଲାଗୁ ରହିବ । ପ୍ରଦର୍ଶନୀ, ବାଣିଜ୍ୟିକ ମହୋତ୍ସବ ବାରଣ କରାଯାଇଛି । ସମସ୍ତ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ କୋଭିଡ ଗାଇଡଲାଇନ୍ ଜାରି ରହିବ । ବାହାଘର , ବ୍ରତଘର ଓ ଶେଷ୍ୟକୃତ ଆଦି କ୍ଷେତ୍ରରେ ୨୫୦ ଜଣ ଲୋକଙ୍କୁ ନେଇ କାର୍ଯ୍ୟ କରିପାରିବେ । କିନ୍ତୁ କୋଭିଡ ଗାଇଡଲାଇନ୍ କଡ଼ାକଡ଼ିଭାବେ ପାଳନ କରିବାକୁ ପଡ଼ିବ । ଏହାର ଉଲ୍ଲଘଂନ କରିବା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚିତ କରାଯିବ । ବିବାହ ଶୋଭାଯାତ୍ରା ୫୦ରୁ ଅଧିକ ଲୋକେ ସାମିଲ ହୋଇପାରିବେ ନାହିଁ ।