ଫାଷ୍ଟ ଫୁଡ୍ ଦୋକାନ ଉପରେ ଉପୁଡି ପଡିଲା ବିରାଟକାୟ ଗଛ. ଆଉ ତା ପରେ....

Share on facebook Share on Twitter Share on Whatsapp Share on Linkedin

ଆନନ୍ଦପୁର,(ଉପେନ୍ଦ୍ର ସାହୁ) ଆନନ୍ଦପୁର ବ୍ଲକ୍ ଛକ ନିକଟ ରାସ୍ତା କଡରେ ଥିବା ଫାଷ୍ଟ ଫୁଡ୍ ଦୋକାନ ଉପରେ ଏକ ବିରାଟକାୟ ଗଛ ଉପୁଡି ପଡିଛି l ହେଲେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଛି l ସ୍ଥାନିୟ ଯୁବକ ବାବୁଲା ସେଠି ବ୍ଲକ୍ ପାଚେରୀକୁ ଲାଗି ରହିଥିବା ଏକ ପୁରୁଣା ଆମ୍ବ ଗଛ ନିକଟରେ ଦିର୍ଘଦିନ ହେବ ଫାଷ୍ଟ ଫୁଡ ବ୍ଯବସାୟ କରି ଆସୁଥିଲେ l ଆଜି ସନ୍ଧ୍ଯା ବେଳର ବେପାର ପାଇଁ ବାବୁଲା ପ୍ରସ୍ତୁତ ହେବା ସମୟରେ ହଠାତ୍ ଗଛଟି ମୂଳରୁ ଉପୁଡି ପଡିଥିଲା l ଗଛ ପଡିବାରୁ ଗ୍ରାହକଙ୍କ ପାଇଁ ଥିବା ଓପନ ଷ୍ଟଲର କିଛି ଚୋୟାର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା l ପୁରୁଣା ଗଛଟି ଦୁର୍ବଳ ହୋଇଥିବାରୁ ହଠାତ୍ ଉପୁଡି ପଡିଥିବା ଅନୁମାନ କରାଯାଉଛି l ପରେ ଖବରପାଇ ଆନନ୍ଦପୁର ଅଗ୍ନିଶ୍ରମ ବିଭାଗ ଗଛଟିକୁ କାଟି ସେହି ସ୍ଥାନ ପରିସ୍କାର ପାଇଁ ଉଦ୍ଯମ ଆରମ୍ଭ କରିଥିବା ଜଣାପଡିଛି